ଖବର ପରେ ଚେତିଲେ: ମଲା କୁକୁର ଉଠାଇଲେ ମଇଳା ଛାଡ଼ିଦେଲେ

Advertisment

ବରମୁଣ୍ଡା-ଖଣ୍ଡଗିରି ରାଜପଥର ସର୍ଭିସ୍‌ ରୋଡ୍‌ରେ ଗଦା ହୋଇଥିବା କୁକୁର ଶବ ଆଜି ବିଏମ୍‌ସି ଉଠାଇ ନେଇଛି। ଶନିବାର ‘ସମ୍ବାଦ’ରେ ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ବିଏମ୍‌ସି ତତ୍ପରତା ପ୍ରକାଶ କରିଛି।

ବରମୁଣ୍ଡା-ଖଣ୍ଡଗିରି ରାଜପଥର ସର୍ଭିସ୍‌ ରୋଡ୍‌ରେ ଗଦା ହୋଇଥିବା କୁକୁର ଶବ ଆଜି ବିଏମ୍‌ସି ଉଠାଇ ନେଇଛି। ଶନିବାର ‘ସମ୍ବାଦ’ରେ ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ବିଏମ୍‌ସି ତତ୍ପରତା ପ୍ରକାଶ କରିଛି।

fhhfhffh

ଖଣ୍ଡଗିରି: ବରମୁଣ୍ଡା-ଖଣ୍ଡଗିରି ରାଜପଥର ସର୍ଭିସ୍‌ ରୋଡ୍‌ରେ ଗଦା ହୋଇଥିବା କୁକୁର ଶବ ଆଜି ବିଏମ୍‌ସି ଉଠାଇ ନେଇଛି। ଶନିବାର ‘ସମ୍ବାଦ’ରେ ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ବିଏମ୍‌ସି ତତ୍ପରତା ପ୍ରକାଶ କରିଛି। ବିଏମ୍‌ସିର ସଫେଇ ଗାଡ଼ି ଆସି କୁକୁରଙ୍କ ଶବ ଉଠାଇଛି ହେଲେ ଏଠାରେ ଗଦା ହୋଇଥିବା କୁଢ଼କୁଢ଼ ଆବର୍ଜନା ଉଠାଇ ନାହିଁ। ଆବର୍ଜନା ନଉଠାଇବାର କାରଣ ସମ୍ପର୍କରେ ବିଏମ୍‌ସି କିଛି କହି ନଥିଲେ ମଧ୍ୟ ଜାତୀୟ ରାଜପଥ-ବିଏମ୍‌ସି ଜାଗାକୁ ନେଇ କଳି ପାଇଁ ଆବର୍ଜନା ଗଦା ହୋଇ ରହିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। କେବଳ ଏହି ଜାଗା ନୁହେଁ, ସୀମା ବିବାଦକୁ ନେଇ ସହର ସାରା ଅଭାବନୀୟ ପରିବେଶ ସୃଷ୍ଟି ହୋଇଛି। କେଉଁଠି ରେଳବାଇ ଜାଗା, କେଉଁଠି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଜାଗା, କେଉଁଠି ପଞ୍ଚାୟତର ଜାଗା କହି ବିଏମ୍‌ସି ଆବର୍ଜନା ଉଠାଉ ନାହିଁ। ବରଂ ସହର ଉପକଣ୍ଠରେ ଥିବା କିଛି ପଞ୍ଚାୟତ ଜାଗାରେ ବିଏମ୍‌ସିର ସଫେଇ ଏଜେନ୍‌ସିମାନେ ଆବର୍ଜନା ଗଦା କରିଦେଇ ଆସୁଥିବା ଅଭିଯୋଗ ରହିଛି। 

ଆଜି ଅପରାହ୍ନରେ ଏହି କୁକୁରମାନଙ୍କ ଶବ ଉଠାଯାଇଛି। ବିଏମ୍‌ସି ସଫେଇ ଗାଡ଼ିର କର୍ମଚାରୀ ଶବ ଉଠାଇବାକୁ ନାକେଦମ୍‌ ହୋଇଥିଲେ। ଶବ ପଚି ଯାଇଥିବାରୁ ଉଠାଇବା ବେଳକୁ ପ୍ରବଳ ଦୁର୍ଗନ୍ଧ ଓ ଖଣ୍ଡଖଣ୍ଡ ହୋଇ ଯାଉଥିଲା। ସାରା ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା। ଅପରାହ୍ନ ୪ଟାରୁ ଶବ ଉଠ‌ାଇବା ଆରମ୍ଭ ହୋଇଥିବା ବେଳେ ସରିବା ବେଳକୁ ସଂଧ୍ୟା ୬ ବାଜି ଯାଇଥିଲା। ଶବ ଉଠିବା ପରେ ମଧ୍ୟ ଏହି ଦୁର୍ଗନ୍ଧ ସମସ୍ୟା ସମାଧାନ ହୋଇ ନାହିଁ। କୁକୁର ଶବ ଉଠି ଯାଇଥିଲେ ମଧ୍ୟ ଏଠାରେ ଆମିଷ ବେପାରୀ ଫିଙ୍ଗି ଥିବା ଜୈବ ଆବର୍ଜନା ପଚି ଗନ୍ଧ ହେଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି ଏହି ସବୁ ଶବ ପକାଇବାକୁ ଜାଗା ନାହିଁ। ଏଣୁ ଲୋକମାନେ ଆଗକୁ ମଧ୍ୟ ଏଠାରେ ପକାଇବେ। ଏଣୁ ପ୍ରଥମେ ମଶାଣୀ ବା ଶବ ପୋତିବା ପାଇଁ ସମର୍ପିତ ସ୍ଥାନ ନିରୁପଣ କରିବା ଆବଶ୍ୟକତା ରହିଛି। ଖୋଦ୍‌ ବିଏମ୍‌ସି ଏଠାରୁ ଉଠାଇ ନେଇ ଅନ୍ୟତ୍ର ଫିଙ୍ଗି ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe