ସୁସ୍ଥ ହୋଇ ଫେରିଲା ପରେ ପୁଣି ଆକ୍ରାନ୍ତ

Advertisment
କରୋନା ପାଇଁ ରାଜସ୍ବ ପର୍ଷଦ ୭୨ଘଣ୍ଟା ବନ୍ଦ

Anadolu Agency

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତ ଅଧୀନ ସାହେବନଗର ଗ୍ରାମର ଜଣେ ବ୍ୟକ୍ତି ଦ୍ବିତୀୟଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୩୦ ବର୍ଷୀୟ ଏହି ଯୁବକଜଣଙ୍କ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ୧୪ ଦିନ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ଦ୍ବିତୀୟଥର ପୁଣି ନମୁନା ପରୀକ୍ଷାରୁ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବ ସ୍ଥାନୀୟ ଅଞ୍ଚଳର ଜଣେ ଜନପ୍ରତିନିଧି ସୂଚନା ଦେଇଛନ୍ତି। ଖବର ପାଇ ବ୍ଲକ ପ୍ରଶାସନିକ ଅଧିକାରୀ, ଡାକ୍ତର ଓ କର୍ମଚାରୀ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିବା ଜଣାଯାଇଛି। ଏହାସହ ତାଙ୍କ ପରିବାରକୁ ସଂଗରୋଧରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଯୁବକଜଣକ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ କାମ କରନ୍ତି। ପ୍ରଥମେ ଜୁନ୍‌ ୭ ତାରିଖରେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ତାଙ୍କର ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ସେତେବେଳେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତାଙ୍କୁ ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ୧୪ଦିନ ରଖି ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥି‌ଲେ। ଏହା ପରେ ସେ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ। ହେଲେ ଦ୍ବିତୀୟବାର ସ୍ବାବ୍‌ ପରୀକ୍ଷା କରିବାରୁ ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି।

ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଇଁଚୁଆ ପଞ୍ଚାୟତରେ ସର୍ବାଧିକ ୭ଜଣ ଚିହ୍ନଟ ହୋଇଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଜଣେ ଅଙ୍ଗନବାଡ଼ି କର୍ମୀ ଥିବା କୁହାଯାଇଛି। ବାକି ୮ ଜଣ ଚାରିମାଣିଆ, ରଥିଜେମା ଓ ପୁରୋହିତପୁର ଅଞ୍ଚଳର ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe