ପୁଣି ମାତିଲେ ସାଇବର ଠକ: ନେଟ୍ ବ୍ୟାଙ୍କିଙ୍ଗ ଅପଡେଟ୍‌ ନାଁରେ ଲୁଟି ନେଲେ ୧.୨ ଲକ୍ଷ

Advertisment
ସାଇବର୍‌ ଠକ ଦୁଇ ଭାଇଙ୍କ କାରନାମା: ଦେଶରୁ ଲୁଟିଲେଣି ହଜାରେ କୋଟି ଟଙ୍କା

ଭୁବନେଶ୍ବର: ପୁଣି ମାତିଲେ ସାଇବର ଠକ। ନୂଆଧରଣର ଠକେଇ ନେଟ୍ ବ୍ୟାଙ୍କିଙ୍ଗକୁ ଅସ୍ତ୍ର କରିଛନ୍ତି। ଠକେଇର ଶିକାର ହୋଇଛନ୍ତି ଜଣେ ଯୁବକ। ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ଯୁବକ କଳ୍ପନା ଅଞ୍ଚଳର ସୁଶାନ୍ତ କୁମାର ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ସେ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସୁଶାନ୍ତଙ୍କ ପାଖକୁ ଏକ ଫୋନ କଲ୍ ଆସିଥିଲା।

ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଷ୍ଟେଟ୍‌ ବ୍ୟାଙ୍କ ମୁଖ୍ୟ ଶାଖାର କର୍ମଚାରୀ ବୋଲି ପରିଚୟ ଦେଇଥିଲା। ନେଟ୍ ବ୍ୟାଙ୍କିଙ୍ଗ ଅପଡେଟ୍ ନ କଲେ ବନ୍ଦ ହୋଇଯିବ ବୋଲି ଚେତାବନୀ ଦେଇଥିଲା। ଏଥିପାଇଁ ସେ ପଠାଇଥିବା ଏସଏମଏସର ଲିଙ୍କକୁ କ୍ଲିକ୍ କରିବା ପାଇଁ କହିଥିଲା। ସୁଶାନ୍ତ ସେହି ଲିଙ୍କକୁ କ୍ଲିକ୍ କରି ନିଜର ସମସ୍ତ ବ୍ୟକ୍ତିଗତ ତଥ୍ୟ ଦେଇଥିଲେ। ଫୋନକୁ ଆସିଥିବା ଓଟିପି ଦେଲେ ଅପଡେଟ୍ ହୋଇଯିବ ବୋଲି କହିଥିଲା ଠକ। ସେ ଓଟିପି ଦେବାର ଗୋଟିଏ ମିନିଟ୍ ଭିତରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe