‌ପୁଣି ମାତିଲେ ଲୁଟେରା: ୨ ଜଣଙ୍କୁ ଭୁଜାଲିରେ ହାଣି ଲୁଟିଲେ

Advertisment
‌ପୁଣି ମାତିଲେ ଲୁଟେରା: ୨ ଜଣଙ୍କୁ ଭୁଜାଲିରେ ହାଣି ଲୁଟିଲେ

ଚନ୍ଦ୍ରଶେଖରପୁର: ରାଜଧାନୀରେ ଲୁଟେରାଙ୍କ ଉତ୍ପାତ କମିବାର ନାଁ ଧରୁନାହିଁ। ସେମାନଙ୍କ ଆଗରେ ପୁଲିସ ଏକପ୍ରକାର ଅସହାୟ ହୋଇପଡ଼ିଛି। ଆଜି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଟେରାମାନେ ଦୁଇଜଣଙ୍କୁ ଭୁଜାଲିରେ ହାଣି ଲୁଟ୍‌ କରିବା ଘଟଣା ଲୋକଙ୍କୁ ଅାତଙ୍କିତ କରିପକାଇଛି।

ଆଜି ସକାଳେ ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଜଗନ୍ନାଥ ମନ୍ଦିର ରୋଡ୍‌ ନିକଟରେ ଜଣେ ଯୁବତୀ ଲୁଟ୍‌ର ଶିକାର ହୋଇଛନ୍ତି। ସେ ହେଲେ, ବିନୋଦିନୀ ପ୍ରଧାନ। ବିନୋଦିନୀ ବିରୋଧ କରିବାରୁ ଲୁଟେରାମାନେ ତାଙ୍କୁ ଭୁଜାଲିରେ ହାଣି ଫେରାର୍‌ ହୋଇଯାଇଛନ୍ତି। ସେ ନିକଟ ଏକ ଘରୋଇ ଅନୁଷ୍ଠାନରେ ଚାକିରି କରନ୍ତି। ସବୁଦିନ ଭଳି ଚାଲିଚାଲି କାର୍ଯ୍ୟାଳୟକୁ ଯାଉଥିବା ବେଳେ ଆଜି ଦୁଇ ଜଣ ଯୁବକ ତାଙ୍କୁ ପିଛା କରିଥିଲେ। ହଠାତ ତାଙ୍କ ଆଗରେ ବାଇକ୍ ରଖି ବେକରୁ ସୁନା ଚେନ୍ ଝାମ୍ପି‌ଥିଲେ। ବିରୋଧ କରିବାରୁ ଜଣେ ଲୁଟେରା ଭୁଜାଲିରେ ତାଙ୍କ ଡାହାଣ ଗୋଡ଼କୁ ଚୋଟ ପକାଇଥିଲା। ସେ ଚିତ୍କାର କରିବା ବେଳକୁ ସେମାନେ ଚେନ୍‌ ନେଇ ଫେରାର ହୋଇଯାଇଥିଲେ। ଆହତ ବିନୋଦିନୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରିବା ସହ ପୁଲିସ୍‌କୁ ସୂଚନା ଦେଇଥିଲେ।

ସେହିପରି ଆଜି ସକାଳେ ଅମିତ ମଣ୍ଡଳ ନାମକ ଜଣେ ଯୁବକ ଚାଲିଚାଲି ଯାଉଥିବା ବେଳେ ଦୁଇଜଣ ଲୁଟେରା ସପ୍ତମ ବାଟାଲିୟନ ନିକଟରୁ ତାଙ୍କ ମୋବାଇଲ ଲୁଟ୍‌ କରିଛନ୍ତି। ଅମିତ ବିରୋଧ କରିବାରୁ ଲୁଟେରାମାନେ ତାଙ୍କୁ ମଧ୍ୟ ଭୁଜାଲିରେ ହାଣି ମୋବାଇଲ ଛଡ଼ାଇ ନେଇଛନ୍ତି। ଅମିତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe