ଭୁବନେଶ୍ୱର: ଆଜି ମଧ୍ୟାହ୍ନରେ ରାଜଧାନୀରେ ମାତ୍ର ୭ମିମି ବର୍ଷା ହୋଇଥିଲା। କିନ୍ତୁ ଏତିକି ବର୍ଷାରେ ବି ଇସ୍କନ ମନ୍ଦିର ସମ୍ମୁଖ ଜାତୀୟ ରାଜପଥ ଉବୁଟୁବୁ ହୋଇଯାଇଥିଲା। ରାସ୍ତାରେ ୪ଫୁଟ ଉଚ୍ଚରେ ପାଣି ଚାଲିଥିଲା। କାର୍, ବାଇକ୍, ଅଟୋ ଯାହା ରାସ୍ତା ଉପରେ ଥିଲା, ସବୁ ଭାସିଥିଲା। ପ୍ରାୟ ଅଧ ଘଣ୍ଟା କାଳ ଜାତୀୟ ରାଜପଥ ଉପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶନିବାର ଏହି ଅଞ୍ଚଳରେ ଯେପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଆଜି ବି ସେହିପରି ହୋଇଥିଲା। ଫରକ ଏତିକି ଥିଲା, ଗତକାଲି ୧୬.୨ମିମି ବର୍ଷା ହୋଇଥିଲା, ଆଉ ଆଜି ୭ମିମି ବର୍ଷା। ମାତ୍ର ୭ମିମି ବର୍ଷାର ପାଣି ନିଷ୍କାସନରେ ଇସ୍କନ ସମ୍ମୁଖ ଡ୍ରେନ୍ ଫେଲ୍ ମାରି ଯାଉଥିବାରୁ ପ୍ରଶାସନର ନିଦ ହଜିଗଲାଣି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ବିଏମ୍ସି ଏବେ ଲୋକଙ୍କ ରୋଷର ଶିକାର ହେଉଛି। ଏପରିକି ସାମାଜିକ ଗଣମାଧ୍ୟମରେ ସରକାରଙ୍କୁ ବିଭିନ୍ନ ଉପାୟରେ ଉପହାସ କରାଯିବା ସହ ଗାଳି ଦିଆଯାଉଛି। ଇସ୍କନ୍ ସମ୍ମୁଖରେ ପାଣି ଜମିବା ପରେ ଏହାକୁ ‘ଆସ ଦେଖିଯିବା ନନ୍ଦ ଉତ୍ସବ’ କ୍ୟାପସନ୍ରେ ପ୍ରଚାର କରାଯାଉଥିବା ବେଳେ ଆଚାର୍ଯ୍ୟ ବିହାରରେ ଜମିଥିବା ପାଣି ଫଟୋକୁ ‘ବିଜୁ ଡଙ୍ଗା ଯୋଜନା’ ନାମକରଣ କରାଯାଇଛି। ପ୍ରଥମ ଫଟୋରେ ବସୁଦେବ କୃଷ୍ଣଙ୍କୁ ମୁଣ୍ଡାଇ ଥିବାର ଫଟୋ ଲଗାଯାଇଥିବା ବେଳେ ଦ୍ୱିତୀୟ ଫଟୋରେ ପାଣି ଭିତରେ ଲୋକ ଏବଂ ଗାଡ଼ି ଭର୍ତ୍ତିି ଡଙ୍ଗାର ଫଟୋ ଦିଆଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us