ପୁଣି ଜନପଥରେ ‘ଛାଇ’

ପୁଣି ଜନପଥରେ ‘ଛାଇ’

ଭୁବନେଶ୍ବର: କିଛି ଦିନର ବିରତି ପରେ ରାଜଧାନୀର ଜଣାଶୁଣା ଜନସଚେତନତା କାର୍ଯ୍ୟକ୍ରମ ‘ଛାଇ’ ଆରମ୍ଭ ହୋଇଛି। ଅଶୋକନଗର ଜନପଥରେ ରାଜମହଲ ଛକର ଅନତି ଦୂରରେ ଥିବା ବରଗଛ ମୂଳରେ ପୁଣି ‌ରବିବାରଠାରୁ ଏହି କାର୍ଯ୍ୟକ୍ରମର ପୁନରାରମ୍ଭ ହୋଇଛି। ସମ୍ପାଦକ ସତୀଶ ମିଶ୍ରଙ୍କ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ଛାଇ ପରିବାରକୁ ଉତ୍ସାହିତ କରିଥିଲେ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ, ଓଡ଼ିଶାଗସ୍ତରେ ଥିବା ବିଶିଷ୍ଟ ଲେଖକ ତଥା ବକ୍ତା ଡ. ଅଶୋକ ପାଣ୍ଡେ, କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ, ଛାତ୍ରୀନେତ୍ରୀ ସଂଘମିତ୍ରା ଜେନା ପ୍ରମୁଖ ବହୁ ସାମାଜିକ କର୍ମୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଉନ୍ନତି କ‌ା‌ମନା କରିଥିଲେ। ସମ୍ପାଦକ ଶ୍ରୀ ମିଶ୍ରଙ୍କ ସୂଚନାନୁସାରେ ଜନପଥରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଏକ ବିକଳ୍ପ ଗଣମାଧ୍ୟମ ଅଟେ, ଯାହା ନିରପେକ୍ଷ ନୁହେଁ, ଲୋକପକ୍ଷ। ସାଧାରଣ ଜନତାଙ୍କ ମନର କଥା ଓ ବ୍ୟଥାକୁ ‘ଛାଇ’ ତା’ କାନ୍ଥରେ ଲେଖେ ଓ ଲୋକଙ୍କ ପାଖରେ ପହଞ୍ଚାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe