ଏଜ୍‌କେୟାର ଆସୋସିଏଟ୍‌ସର ବାର୍ଷିକ ଅଧିବେଶନ

Advertisment
ଏଜ୍‌କେୟାର ଆସୋସିଏଟ୍‌ସର ବାର୍ଷିକ ଅଧିବେଶନ

Two happy female senior citizens sitting outside posing together for a selfie.

ଭୁବନେଶ୍ୱର: ଆଇଆର୍‌ସି ଭିଲେଜସ୍ଥିତ ଏଜ୍‌କେୟାର ଆସୋସିଏଟ୍‌ସର ବାର୍ଷିକ ଅଧିବେଶନ ଜୟଦେବବିହାର ରାମେଶ୍ୱର ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିିତ ହୋଇଯାଇଛି। ସଭାପତି ସହଦେବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଅୟନାଂଶୁ ମହାନ୍ତି ଓ ଅମ୍ରିତାଂଶୁ ମହାନ୍ତି ବେଦ ମନ୍ତ୍ର ଉଚ୍ଚାରଣ କରିଥିଲେ। ଏହି ଅଧିବେଶନରେ ଆସୋସିଏସନ୍‌ର ସଂପାଦକ ଇଂ. ବିଜୟ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଆଜୀବନ ସଭ୍ୟ ଶରତ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଆସୋସିଏଟ୍‌ସର ସଭ୍ୟ ଡ.ଶରତ ପଣ୍ଡା ସାପ କାମୁଡ଼ା ବିଷୟରେ ଏକ କ୍ଷୁଦ୍ର ଗଳ୍ପ କହିଥିଲେ। ଏକ ଔଷଧ ବିତରଣ କମ୍ପାନି ବରିଷ୍ଠ ନାଗରିକମାନଙ୍କୁ ରିହାତି ଦରରେ ଔଷଧ ଦେବେ ବୋଲି କହିଥିଲେ। ପ୍ରତିବର୍ଷ ଏହା ପାଳନ କରାଯିବା ସହ ସଭ୍ୟମାନଙ୍କୁ ପରିଚୟ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସଭା ଶେଷରେ ଡ.ଗୁରୁଚରଣ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe