ରୁଚିକା ମହାନ୍ତି ଆତ୍ମହତ୍ୟାର ତଦନ୍ତ ଦାବିରେ ଓଡ଼ିଶା ବନ୍ଦ: ମାଷ୍ଟରକ୍ୟାଣ୍ଟିନ, ମହର୍ଷି କଲେଜ ସାମ୍ନାରେ ବିକ୍ଷୋଭ

Advertisment
ରୁଚିକା ମହାନ୍ତି ଆତ୍ମହତ୍ୟାର ତଦନ୍ତ ଦାବିରେ ଓଡ଼ିଶା ବନ୍ଦ: ମାଷ୍ଟରକ୍ୟାଣ୍ଟିନ, ମହର୍ଷି କଲେଜ ସାମ୍ନାରେ ବିକ୍ଷୋଭ

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଆଜି ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତାରୋକ କରିବା ସହ ଦୋକାନ ବଜାର ବନ୍ଦ କରିଥିଲେ। କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ବରେ ବିକ୍ଷୋଭକାରୀମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ରାସ୍ତାରେ ମୋ’ ବସ୍‌ ସମେତ ରାସ୍ତାରେ ଅନ୍ୟ ଯାନବାହାନଗୁଡ଼ିକ ଅଟକି ରହିଥିଲା। ଠିକ୍‌ ତଦନ୍ତ କରି ଦୋଷୀ ଛାତ୍ରୀମାନଙ୍କୁ ଉଚିତ ଦଣ୍ଡ ଦେବାକୁ ସେ ଦାବି କରିଥିଲେ। ସେହିପରି ସହିଦନଗରସ୍ଥିତ ମହର୍ଷି କଲେଜ ସାମ୍ନାରେ କଲେଜର ଶତାଧିକ ଛାତ୍ରଛାତ୍ରୀମାନ ରୁଚିକା ମହାନ୍ତିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଠାରେ ଛାତ୍ରଛାତ୍ରୀମାନେ କଲେଜ ଫାଟକ ବନ୍ଦ କରିବା ସହ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିଥିଲେ।

ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ବିକ୍ଷୋଭକାରୀମାନେ ନବୀନ ନିବାସ ଘେରାଉ କରିବାକୁ ଯିବା ସମୟରେ ବାଟରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ୧୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା। ସେହିପରି ରୁଚିକାଙ୍କ ମା’ ବିଦ୍ୟୁତ୍‌ପ୍ରଭା ମହାନ୍ତିଙ୍କୁ ୫ଟି ସଚିବଙ୍କ ସରକାରୀ ବାସଭବନ ଘେରାଉ କରିବାକୁ ଯିବା ସମୟରେ ପୁଲିସ ଗିରଫ କରିଛି। ରୁଚିକାଙ୍କ ପରିବାର ସହ ବିଭିନ୍ନ ସଂଗଠନର କର୍ମୀମାନେ ତାଙ୍କ ସହ ୫-ଟି ସଚିବଙ୍କ ସରକାରୀ ବାସଭବନ ଘେରିବାକୁ ଯିବା ସମୟରେ ପୁଲିସ ସେମାନଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe