ଦେବୋତ୍ତର କମିସନରଙ୍କ କାର୍ଯ୍ୟାଳୟ ଘେରାଉ

ଶ୍ରୀଲିଙ୍ଗରାଜଙ୍କ ମୂଲ୍ୟବାନ ସମ୍ପତ୍ତି ଜବରଦଖଲ ଘଟଣା

ଦେବୋତ୍ତର କମିସନରଙ୍କ କାର୍ଯ୍ୟାଳୟ ଘେରାଉ

Hindustan Times

ପୁରୁଣା ଭୁବନେଶ୍ୱର: ଭୀମପୁର ମୌଜାରେ ଶ୍ରୀଲିଙ୍ଗରାଜଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବରଦଖଲ ଘଟଣାରେ ପ୍ରଶାସନ ଚୁପ୍‌ ବସିବାରୁ ପୁଣି ପ୍ରତିବାଦ କରିଛି ଏକାମ୍ର ଜନ ଜାରଗଣ ମଞ୍ଚ। ମଞ୍ଚ ପକ୍ଷରୁ ଏନେଇ ଦେବୋତ୍ତର କମିସନରଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ କମିସନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

କମିସନର ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମଞ୍ଚ ପକ୍ଷରୁ ଅଭିଯୋଗ କରଯାଇଛି ଯେ, ଭୀମପୁର ମୌଜାର ଖାତା ନଂ ୧୯୩୫ ଓ ହାଲ୍ ଖାତା ନଂ ୪୩୩କୁ ଚଞ୍ଚକତା କରି କିଛି ବ୍ୟକ୍ତି ନିଜ ନାମରେ ରେକର୍ଡଭୁକ୍ତ କରି ଅବୈଧ ନିର୍ମାଣ କରୁଛନ୍ତି। ଯାହାର ମୂଳ ମାଲିକ ଶ୍ରୀଲିଙ୍ଗରାଜ। ଏହାର ତଦନ୍ତ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ୨୦୨୦ମସିହା ସେପ୍ଟେମ୍ବର ୨୩ରେ ନିର୍ଦେଶ ଦିଆଯାଇଥିଲା। ସେହିପରି ପୂର୍ବରୁ ମଧ୍ୟ ଦେବୋତ୍ତର ବିଭାଗକୁ ଅଭିଯୋଗ କରାଯାଇଥିଲା। ହେଲେ କୌଣସି ପଦକ୍ଷେପ ନେଲେ ନାହିଁ।

ଏଥିରେ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ, ସଞ୍ଜୁଲତା ପଟ୍ଟନାୟକ, ସୁଲତା ସାହାଣୀ, ବିନୋଦିନୀ ସେନାପତି, ମାନସୀ ମହାନ୍ତି, ରାଜେଶ ମିଶ୍ର, ସରୋଜ ମିଶ୍ର, ଗୋପୀନାଥ ପ୍ରଧାନ, ଶୁଭ୍ରାଂଶୁ ଶେଖର ଜେନା, ରାକେଶ ନାୟକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe