ଆର୍‌ଟିଓ କାର୍ଯ୍ୟାଳୟ ଘେରିଲା ସ୍ମାର୍ଟ ସିଟି ଅଟୋ ଚାଳକ ସଂଘ

Advertisment
ଆର୍‌ଟିଓ କାର୍ଯ୍ୟାଳୟ ଘେରିଲା ସ୍ମାର୍ଟ ସିଟି ଅଟୋ ଚାଳକ ସଂଘ

Prameyanews.com

ଭୁବନେଶ୍ବର: ରାସ୍ତାରେ ଘରୋଇ ନମ୍ବର ଗାଡ଼ି ଭଡ଼ା କରିବା ବନ୍ଦ କରନ୍ତୁ। ମୋ ବସ୍‌ରେ ଓଭରଲୋଡିଂ ବନ୍ଦ ହେଉ। ଏମିତି ବିଭିନ୍ନ ଦାବି ନେଇ ଆଞ୍ଚଳିକ ପରିବହନ-୧ କାର୍ଯ୍ୟାଳୟ ସମ୍ମୁଖରେ ସ୍ମାର୍ଟସିଟି ଅନ୍‌ଲାଇନ୍‌ ଅଟୋ ଚାଳକ ସଂଘ ଗର୍ଜିଥିଲା। ପ୍ରତିବାଦ କରି ସଂଘର ଶତାଧିକ ସଦସ୍ୟ ରାସ୍ତାରୋକ ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଯାହାକୁ ନେଇ ସେଠାରେ ଜାମ୍‌ ପରିସ୍ଥିତି ଉପୁଜିଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ସ୍ଥିତି ସ୍ବଭାବିକ ହୋଇଥିଲା।

ସଂଘ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ବିଭିନ୍ନ ସଂସ୍ଥା ଅନ୍‌ଲାଇନ୍‌ ଆପ୍‌ ମାଧ୍ୟରେ ଗାଡ଼ି ଚଳାଉଛନ୍ତି। ହେଲେ ସେମାନେ କର୍ମସିଆଲ୍‌ ନମ୍ବର ଥିବା ଗାଡ଼ି ବଦଳରେ ଘରୋଇ ଗାଡ଼ିକୁ ବ୍ୟବହାର କରି ଯାତ୍ରୀ ନେଉଛନ୍ତି। ଫଳରେ ଅନ୍‌ଲାଇନ୍‌ ଆପ୍‌ରେ ପଞ୍ଜୀକୃତ ଥିବା ୩୦ ହଜାର ଅଟୋ ଚାଳକ ପ୍ରଭାବିତ ହେଉଛନ୍ତି। ସେହିପରି ମୋ ବସ୍‌‌ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଉଛି। ଏସବୁ ପ୍ରତି ପରିବହନ ବିଭାଗ ଯେମିତି ଆଖି ବୁଜିଦେଇଛି। ହେଲେ ଯଦି କୌଣସି ଅଟୋ ୩ରୁ ୪ ଯାତ୍ରୀ ନେଇଗଲା ଟ୍ରାଫିକ୍‌ ପୁଲିସ ମନଇଚ୍ଛା ଜରିମାନା ଆଦାୟ କରୁଛନ୍ତି। ପରିବହନ ବିଭାଗ ଏହାକୁ ଗୁରୁତର ସହ ନେଇ ଘରୋଇ ଗାଡ଼ିଗୁଡ଼ିକ ଉପରେ କଟକଣା ଲଗାଇବା ସହ ମୋ ବସ୍‌ରେ କ୍ଷମତା ଠାରୁ ଅଧିକ ଯାତ୍ରୀ ନେବାକୁ ବନ୍ଦ କରୁ। ନଚେତ୍‌ ଆଗାମୀ ଦିନରେ ଆନ୍ଦୋନଳକୁ ତୀବ୍ର କରାଯିବ ବୋଲି ସଂଘ ଅଧ୍ୟକ୍ଷ ଦୀନବନ୍ଧୁ ନାଏକ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe