‌ଷ୍ଟେସନ୍‌ରେ ରେଳବାଇ କୁଲିଙ୍କ ବିକ୍ଷୋଭ

Advertisment
‌ଷ୍ଟେସନ୍‌ରେ ରେଳବାଇ କୁଲିଙ୍କ ବିକ୍ଷୋଭ

ଭୁବନେଶ୍ବର: ଭୁବନେଶ୍ବର ରେଳଷ୍ଟେସନ୍‌ରେ ରେଳବାଇ କୁଲିଙ୍କ ପାଇଁ ଏକ ସ୍ଥାୟୀ ବିଶ୍ରାମ ଗୃହ ଓ ବର୍ଷକୁ ୨ହଳ ପୋଷାକ ଯୋଗାଇଦେବା ଦାବିରେ ଏଆଇଟିୟୁସି ସହଅନୁବନ୍ଧିତ ଇଷ୍ଟକୋଷ୍ଟ ରେଳବାଇ ପୋର୍ଟର୍ସ ୟୁନିୟନ୍‌ ପକ୍ଷରୁ ଆଜି ଷ୍ଟେସନ ନିର୍ଦ୍ଦେଶକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୮୦ରୁ ଅଧିକ ସଂଖ୍ୟକ କୁଲି ରେଳ ଷ୍ଟେସନ୍‌ ସମ୍ମୁଖରେ ବିଭିନ୍ନ ଦାବି ନେଇ ନାରାବାଜି କରିଥିଲେ। ଏହାପରେ ୟୁନିୟନ ପକ୍ଷରୁ ୯ଜଣିଆ ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ମଣ୍ଡଳ ରେଲ‌‌ୱେ ମ୍ୟାନେଜରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

କାର୍ଯ୍ୟକ୍ରମରେ ୟୁନିୟନର ସଭାପତି ରାମକୃଷ୍ଣ ପଣ୍ଡା, କାର୍ଯ୍ୟକାରୀ ସଭାପତି ସୁର ଜେନା, ସାଧାରଣ ସଂପାଦକ ଶିବ ବେହେରା, ରାଜ୍ୟ ଏଆଇଟିୟୁସି ଜାତୀୟ ଉପସାଧାରଣ ସଂପାଦକ ବିଜୟ ଜେନା, ଏଆଇଟିୟୁସି ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ ପ୍ରମୁଖ ଯୋଗ ଦେଇ କୁଲିମାନଙ୍କର ବିଭିନ୍ନ ସମସ୍ୟା ଓ ରେଳବାଇ କର୍ତ୍ତୃପକ୍ଷଙ୍କ ଉଦାସୀନତା ସଂପର୍କରେ ଆଲୋଚନା କରିଥିଲେ। ନୀଳାମ୍ବର ସାହୁ, ଏନ୍‌. ସୁବାସ ପାତ୍ର, ବଳରାମ ଜାଲି, ପଞ୍ଚାନନ ସାହୁ, ବିଜୟ ପ୍ରଧାନ, ଶଙ୍କର ବେହେରା ଓ ଜଗନ୍ନାଥ ପାତ୍ର ପ୍ରମୁଖ ବିକ୍ଷୋଭର ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe