ସେବା ପ୍ରତିନିଧିର ଧାରଣା

ସେବା ପ୍ରତିନିଧିର ଧାରଣା

ପୁରୁଣା ଭୁବନେଶ୍ବର: ବିନ୍ଦୁସାଗର ଓ କେଦାରନାଥ ଗବେଷଣା ପ୍ରତିଷ୍ଠାନ ଦେଇ ଯାଇଥିବା ନାଳର ଦୁର୍ଗନ୍ଧରେ ଜନସାଧାରଣ ଅତିଷ୍ଠ ହେଉଛନ୍ତି। ଏହାକୁ ସଫା କରିବା ସହ ନାଳ ଉପରେ ଢାଙ୍କୁଣି ଦେବାକୁ ବାରମ୍ବାର ଦାବି ହେଉଥିଲେ ହେଁ ସୁଫଳ ମିଳୁନାହିଁ। ଏହାର ପ୍ରତିବାଦରେ ‘ସେବା ପ୍ରତିନିଧି’ ଅନୁଷ୍ଠାନ ପକ୍ଷରୁ ଶନିବାର ଅପରାହ୍ନରେ କେଦାରଗୌରୀ ଛକରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା।

ଏହାପରେ ସଂଗଠନର ମୁଖ୍ୟ ନୀଳମଣି ମିଶ୍ରଙ୍କ ନେତୃତ୍ବରେ ଏକ ଦାବିପତ୍ର ଲିଙ୍ଗରାଜ ଥାନା ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯାଇଛି। ଏଥିରେ ହୃଷୀକେଶ ବେହେରା, ପୀତବାସ ବେହେରା, ରମାକାନ୍ତ ମହାନ୍ତି, ସୂର୍ଯ୍ୟ ନାରାୟଣ ମହାପାତ୍ର, ଅଶୋକ ମହାରଣା, ନାରାୟଣ ମିଶ୍ର, ସନ୍ତୋଷ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe