ସାମାଜିକ ସୁରକ୍ଷା ଭତ୍ତା ପରିଷଦ ମିଳିତ ମଞ୍ଚର ଧାରଣା

Advertisment
ସାମାଜିକ ସୁରକ୍ଷା ଭତ୍ତା ପରିଷଦ ମିଳିତ ମଞ୍ଚର ଧାରଣା

ଭୁବନେଶ୍ବର: ୬ ଦଫା ଦାବି ନେଇ ସାମାଜିକ ସୁରକ୍ଷା ଭତ୍ତା ପରିଷଦ ମିଳିତ ମଞ୍ଚ ଲୋୟର୍‌ ପିଏମ୍‌ଜିରେ ଧାରଣା ଦେଇଛି। ସଂଘର ଦାବିଗୁଡ଼ିକ ହେଲା, ମଧୁବାବୁ ପେନସନ୍‌ ଯୋଜନାରେ ମାସିକ ୨୫୦୦ଟଙ୍କା ପ୍ରଦାନ, ଭିନ୍ନକ୍ଷମଙ୍କୁ ସାବଲମ୍ବୀ କରିବା ପାଇଁ ଆର୍ଥିକ ପ୍ରୋତ୍ସାହନ, ବ୍ୟାଙ୍କ ଋଣ ସହାୟତା ନିମନ୍ତେ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକ‌ାରୀ, ଅସମର୍ଥ, ରୋଗଗ୍ରସ୍ତ ଲୋକଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବା ବ୍ୟବସ୍ଥା, ୫୫ ବର୍ଷରୁ ଊର୍ଧ୍ବ କୃଷକ, ମତ୍ସଜୀବୀଙ୍କୁ ଭତ୍ତା ଦେବା, ବାଦ୍‌ ପଡ଼ିଥିବା ଯୋଗ୍ୟ ବିଧବା, ବହୁ ବୟସ୍କମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ, ୬୦%ରୁ ଊର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ଅନ୍ତୋଦ୍ବୟ ଯୋଜନାରେ ସାମିଲ କରାଯାଉ। ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମଞ୍ଚର ଆନ୍ଦୋଳନ ଜାରି ରହିବ ବୋଲି ଆବାହକ ଟୁନା ସ୍ବାଇଁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe