ପଦ୍ମଶ୍ରୀ ଅଗୁସ ଇନ୍ଦ୍ର ଉଦ୍ୟାନଙ୍କ ଓଡ଼ିଶା ଗସ୍ତ

Advertisment
ପଦ୍ମଶ୍ରୀ ଅଗୁସ ଇନ୍ଦ୍ର ଉଦ୍ୟାନଙ୍କ ଓଡ଼ିଶା ଗସ୍ତ

YouTube

ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ଜୀବନୀ ତଥା ଆଦର୍ଶ ଆମ ଜୀବନରେ ଜୀବନ୍ତ ରଖିବାକୁ ହେବ। ଏହାଦ୍ୱାରା ଆମେ ସାମାଜିକ ତଥା ଆଧ୍ୟାତ୍ମିକ ଦିଗରେ ଉନ୍ନତି କରିପାରିବା। ମହାତ୍ମା ଗାନ୍ଧୀଙ୍କ ପରି ଆମେ ଅଧିକ କର୍ମବୀର ହେବା, କାହା ଉପରେ କିଛି ଟିପ୍ପଣୀ କରିବା ନାହିଁ। ସଭିଏଁ ମିଶି ଅନ୍ତର୍ଜାତୀୟସ୍ତରରେ ଆମ ଭାଷା ତଥା ସଂସ୍କୃତିର ଆଦାନ ପ୍ରଦାନ କରିବା ବୋଲି ଓଡ଼ିଶା ଗସ୍ତରେ ଥିବା ପଦ୍ମଶ୍ରୀ ଅଗୁସ୍‌ ଇନ୍ଦ୍ର ଉଦ୍ୟାନ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଛନ୍ତି। ଗତ ଦୁଇ ଦଶନ୍ଧି ଧରି ଇନ୍ଦ୍ର ଉଦ୍ୟାନ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଗାନ୍ଧୀଙ୍କ ବିଚାରକୁ ବିଭିନ୍ନ ଦେଶରେ ପ୍ରଚାର ପ୍ରସାର କରିବା ସହ କଳିଙ୍ଗ-ବାଲିର ସଙ୍ଗମ ନେଇ ଅନେକ ପଦକ୍ଷେପ ନେଇଛନ୍ତି। ଚଳିତବର୍ଷ କେନ୍ଦ୍ର ସରକାର ଇନ୍ଦ୍ର ଉଦ୍ୟାନଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଓଡ଼ିଶା ଗସ୍ତ ବେଳେ ଭୁବନେଶ୍ୱରସ୍ଥିତ ସାମାଜିକ ଅନୁଷ୍ଠାନ ‘ନିଶ୍ବାସ’ରେ ଛାତ୍ରଛାତ୍ରୀଙ୍କୁ ଭେଟି ପରିବର୍ତ୍ତନ ସ୍ବର ହେବା ପାଇଁ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସକ ବି‌ବେକ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe