‘ଆହେ ନୀଳଶଇଳ’ ଖାଲି ନାଟକ ନୁହେଁ, ଏକ ବିପ୍ଳବ: ଦ୍ବାଦଶତମ ସଂଧ୍ୟାରେ ବି ହାଉସଫୁଲ୍‌

Advertisment
‘ଆହେ ନୀଳଶଇଳ’ ଖାଲି ନାଟକ ନୁହେଁ, ଏକ ବିପ୍ଳବ: ଦ୍ବାଦଶତମ ସଂଧ୍ୟାରେ ବି ହାଉସଫୁଲ୍‌

ଭୁବନେଶ୍ବର: ଓଡ଼ିଶା ମଞ୍ଚ ନାଟକ ଜଗତରେ ଏକ ବିପ୍ଳବ ଆଣିଥିବା ନାଟକ ‘ଆହେ ନୀଳଶଇଳ’ର ଦ୍ବାଦଶତମ ସଂଧ୍ୟା‌‌ରେ ବି ଆଜି ପୂରା ପ୍ରେକ୍ଷାଳୟ ଦର୍ଶକରେ ଭରି ଯାଇଥିଲା। ବହୁ ନୂଆ ଦର୍ଶକଙ୍କ ସହ କିଛି ପୁରୁଣା ମୁହଁଙ୍କୁ ବି ପ୍ରେକ୍ଷାଳୟରେ ଦେଖିବାକୁ ମିଳିଥିଲା। କିଏ ଦ୍ବିତୀୟ ତ କିଏ ତୃତୀୟଥର ପାଇଁ ଏହି ନାଟକକୁ ପୁଣିଥରେ ଦେଖିବାକୁ ଆସିଥିଲେ। ଡୁମୁଡୁମା ଅଞ୍ଚଳରେ ରହୁଥିବା ବୟୋଜ୍ୟେଷ୍ଠ ବ୍ୟକ୍ତି ଉଲ୍ଲାସ ମହାପାତ୍ରଙ୍କ କହିବା କଥା, ଆଜିକୁ ମିଶାଇ ସେ ଏହି ନାଟକକୁ ୩ ଥର ଦେଖି ସାରିଲେଣି। ମଞ୍ଚ ଉପରେ ଜଗନ୍ନାଥ ଦର୍ଶନ, ମହାପ୍ରଭୁଙ୍କ ଲୀଳାଖେଳାର କାହାଣୀ; ତାଙ୍କୁ ବାରମ୍ବାର ଏଇଠିକୁ ଟାଣି ଆଣୁଛି। ଶ୍ରୀ ମହାପାତ୍ରଙ୍କ ଭଳି ଅନେକ ଦର୍ଶକଙ୍କ ବି ସେଇ ସମାନ ମତ। ଅନ୍ୟ ଜଣେ ଦର୍ଶକ ହରେକୃଷ୍ଣ ଦାଶଙ୍କ କହିବା କଥା, ରବୀନ୍ଦ୍ର ମଣ୍ଡପରେ ବିନା ମୂଲ୍ୟରେ ନାଟକ ମଞ୍ଚସ୍ଥ ହୁଏ ବୋଲି ସମସ୍ତଙ୍କର ଏକ ଧାରଣା ରହିଛି। ସେ ଦୃଷ୍ଟିରୁ ‘ଆହେ ନୀଳଶଇଳ’ ଏକ ବ୍ୟତିକ୍ରମ ହୋଇପାରେ। କିନ୍ତୁ ନାଟକରେ ଅଭିନେତାମାନଙ୍କ ଜୀବନ୍ତ ଅଭିନୟ, ମଞ୍ଚ ସାଜସଜ୍ଜା, ଆଲୋକୀକରଣ, ବଳିଷ୍ଠ ସଂଳାପ ଯେକୌଣସି ବ୍ୟକ୍ତିକୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିବ।

ଏହା ହିଁ ନାଟକ ସଫଳ ହେବା ପଛର ଅସଲ କାରଣ। ଥରେ ଏ ନାଟକ ଦେଖିଥିବା ଲୋକ ବାରମ୍ବାର ଏହାକୁ ଦେଖିବାକୁ ଚାହିବ ବୋଲି ସେ କହିଛନ୍ତି। ଆଜି ସଂଧ୍ୟାରେ ଅତିଥି ଭାବେ ଏଥିରେ ପ୍ରବୋଧ ମହାନ୍ତି ଓ ସୁଧୀର ରଂଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଚକ୍‌ଲେଟ୍‌ ପ୍ରଡକ୍ସନ୍‌ ପ୍ରଯୋଜିତ ଏହି ନାଟକ ଆଉ ଦୁଇ ଦିନ (୧୨ ତାରିଖ ପର୍ଯ୍ୟନ୍ତ) ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe