ରାତି ପାହିଲେ ଶ୍ରୀଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥଯାତ୍ରା; ଅପରାହ୍ଣ ୪ଟାରେ ରଥଟଣା

Advertisment
ରାତି ପାହିଲେ ଶ୍ରୀଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥଯାତ୍ରା;  ଅପରାହ୍ଣ ୪ଟାରେ ରଥଟଣା

Photo by Bibhuti

ଭୁବନେଶ୍ୱର: ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥଯାତ୍ରା ଶନିବାର ଅନୁଷ୍ଠିତ ହେବ। ଅଶୋକାଷ୍ଟମୀ ତିଥିରେ ହେବାକୁ ଥିବା ଏହି ଯାତ୍ରା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତ ଚାଲିଛି। ରାତି ପାହିଲେ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ବିଭିନ୍ନ ନୀତି ଆରମ୍ଭ ହୋଇଯିବ।

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଏକ ବିବୃତ୍ତି ଜରିଆରେ ସୂଚନା ପ୍ରଦାନ କରିଛନ୍ତି ଯେ, ଭୋର ୫ଟାରୁ ୫ଟା ୩୦ ମଧ୍ୟରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଓ ଅବକାଶ ନୀତି ସଂପନ୍ନ କରାଯିବ।

publive-image

ଆସନ୍ତାକାଲି ପାଇଁ ଶ୍ରୀଶ୍ରୀ ଲିଙ୍ଗରାଜଙ୍କ ବିଭିନ୍ନ ନୀତି ଲାଗି ନିର୍ଦ୍ଧାରିତ ସମୟ

-ସାହାଣମେଲା ଦର୍ଶନ: ଭୋର ୫ଟା ୩୦ରୁ ୬ଟା ୩୦
-ରୋଷ ହୋମ ଓ ପାକ କାର୍ଯ୍ୟ: ଭୋର ୫ଟା ୩୦
-ଛାମୁ ପରିଷ୍କାର: ୬ଟା ୩୦ରୁ ୭ଟା
-(କ) ମହାସ୍ନାନ (ଖ) ବେଶ (ଗ) ସୂର୍ଯ୍ୟପୂଜା (ଘ) ଦ୍ୱାରପାଳ ପୂଜା: ୮ଟାରୁ ୮୨୦
-(କ)ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ: ସକାଳ ୯ଟା ୧୫ରୁ ୯ଟା ୪୫
-ଭୋଗ ମଣ୍ଡପ: ସକାଳ ୯ଟା ୪୫ରୁ ୧୦ଟା ୪୫
-ସୂର୍ଯ୍ୟ ପୂଜା: ପୂର୍ବାହ୍ଣ ୧୦ଟା ୪୫ରୁ ୧୧ଟା

publive-image
-ଦ୍ୱାରାପାଳ ପୂଜା: ପୂର୍ବାହ୍ଣ ୧୧ଟାରୁ ୧୧ଟା ୧୫
-ମହାସ୍ନାନ: ପୂର୍ବାହ୍ଣ ୧୧ଟା ୧୫ରୁ ୧୧ଟା ୩୦
-ବେଶ: ପୂର୍ବାହ୍ଣ ୧୧ଟା ୩୦ରୁ ମଧ୍ୟାହ୍ଣ ୧୨ଟା
-ଯାତ୍ରା ପୂଜା: ମଧ୍ୟାହ୍ଣ ୧୨ଟାରୁ ୧୨ଟା ୩୦
-ଶ୍ରୀଜିଉଙ୍କ ପହଣ୍ଡି ଓ ରଥାରୁଢ଼: ଅପରାହ୍ଣ ୧୨ଟା ୩୦ରୁ ଅପରାହ୍ଣ ୧ଟା ୪୫
-ରଥରେ ପୂଜା: ଅପରାହ୍ଣ ୧ଟା ୪୫ରୁ ୪ଟା
-ରଥଟଣା ଆରମ୍ଭ: ଅପରାହ୍ଣ ୪ଟା
-ଶ୍ରୀରାମେଶ୍ୱର ମନ୍ଦିରକୁ ବିଜେ: ସନ୍ଧ୍ୟା ୭ଟା ୩୦
-ଶ୍ରୀଜିଉଙ୍କ ଅନ୍ୟାନ୍ୟ ନୀତି: ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe