ଏଆଇସିଓଜି-୨୦୧୯ ଷ୍ଟଲ୍‌ ଉଦ୍‌ଘାଟନ କଲେ ସବ୍ୟସାଚୀ

Advertisment
ଏଆଇସିଓଜି-୨୦୧୯ ଷ୍ଟଲ୍‌ ଉଦ୍‌ଘାଟନ କଲେ ସବ୍ୟସାଚୀ

ଭୁବନେଶ୍ୱର : ଏକ ଉତ୍କୃଷ୍ଟ ଏବଂ ବିକଶିତ ଭାରତ ଗଠନ ପାଇଁ ମହିଳାମାନଙ୍କୁ ସମାନ ଅଧିକାର ଏବଂ କନ୍ୟା ସନ୍ତାନମାନଙ୍କୁ ସମାନ ସୁଯୋଗ ପ୍ରଦାନର ଆବଶ୍ୟକତା ରହିଛି। ଆଜି ଏଫ୍‌ଓଜିଏସ୍‌ଆଇ- ଫୋଗ୍‌ସିର ଡ. ନିହାରିକା ମଲ୍‌ହୋତ୍ରାଙ୍କ ସହ ଅଲ୍‌ ଇଣ୍ଡିଆ କଂଗ୍ରେସ ଅଫ୍‌ ଅବ୍‌ଷ୍ଟେଟ୍ରିକ୍ସ ଆଣ୍ଡ୍‌ ଗାଇନୋକୋଲୋଜି-୨୦୧୯ ଷ୍ଟଲ ଉଦ୍‌ଘାଟନ କରିବା ଅବସରରେ ଏ କଥା କହିଛନ୍ତି ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ।

ଏଆଇସିଓଜି ୨୦୧୯ର ଅଧ୍ୟକ୍ଷ ଡ. ହେମା ଦିବାକର କହିଲେ, ଦେଶରେ ଥିବା ୩୫୦ ମିଲିୟନରୁ ଊର୍ଦ୍ଧ୍ୱ ଯୁବବର୍ଗଙ୍କ ସହିତ ସୁସ୍ଥ ପରିବେଶ ଏବଂ ସୁସ୍ଥ ରାଷ୍ଟ୍ର ନିର୍ମାଣ ଏକ ଦୀର୍ଘମିଆଦୀ ପ୍ରକ୍ରିୟା। ଆମେମାନେ ଦୃଢ଼ ଭାବେ ବିଶ୍ୱାସ କରୁ ଯେ ନାରୀମାନଙ୍କ ସ୍ୱାସ୍ଥ୍ୟ ଦେଶର ସମ୍ପଦ ଏବଂ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ୬୨ତମ ଏଆଇସିଓଜି-୨୦୧୯ର ଏହା ହେଉଛି ମୂଳମନ୍ତ୍ର।

ମହିଳାମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିଶ୍ୱସ୍ତରରେ ସ୍ୱର ଉଠାଉଥିବା ଆପେକ୍ସ କମିଟି ‘ଫିଗୋ’ର ଡ. ସିଏନ୍‌ ପୁରାନ୍ଦରେ ଏବଂ ଡ. ଜୋହାନଭିସ୍‌ ଭାରତରେ ଗର୍ଭାବସ୍ଥାରେ ମଧୁମେହ ରୋଗର ନିରାକରଣ କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟର ସମୃଦ୍ଧିକୁ ଲୋକଲୋଚନକୁ ଆଣିବା ସହିତ ଏହାର ଅନୁଭବକୁ ଅନ୍ୟମାନଙ୍କ ସହ ବାଣ୍ଟିବା ଏକ ନିଆରା ଅନୁଭୂତି ବୋଲି ଏଆଇସିଓଜି, ୨୦୧୯ର ସାଧାରଣ ସମ୍ପାଦକ ଡ. ଶିଲା ମାନେ ପ୍ରକାଶ କରିିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe