୪ ବିଭାଗର ଶୀର୍ଷକେନ୍ଦ୍ର ପାଇଁ ଆବଶ୍ୟକ ୫୦ଏକର ଜମି

ଏମ୍‌ସ ସମସ୍ୟା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

୪ ବିଭାଗର ଶୀର୍ଷକେନ୍ଦ୍ର ପାଇଁ ଆବଶ୍ୟକ ୫୦ଏକର ଜମି

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱରରେ କାର୍ଡିଓଥୋରାସିସ୍‌, ନ୍ୟୁରୋସାଇନ୍‌ସ, ନେଫ୍ରୋଲୋଜି ଓ ଅଙ୍କଲୋଜିର ଶୀର୍ଷକେନ୍ଦ୍ର ପାଇଁ ଅତିରିକ୍ତ ୫୦ଏକର ଜମିର ଆବଶ୍ୟକତା ରହିଛି। ଆବଶ୍ୟକ ହେଉଥିବା ଏହି ଅତିରିକ୍ତ ଜମିକୁ ରାଜ୍ୟ ସରକାର ଯୋଗାଇ ଦେବେ। ଏହାସହ ଏମ୍‌ସରେ ଥିବା ଅନ୍ୟାନ୍ୟ ସମସ୍ୟା ଉପରେ ପଦକ୍ଷେପ ଗ୍ରହଣ କରାଯିବା ଉପରେ ନିଷ୍ପତ୍ତି ନିଆଯାଇଛି।

ଆଜି ସଚିବାଳୟରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏମ୍‌ସ ଭୁବନେଶ୍ୱର ସଂପର୍କରେ ଏକ ସମସ୍ୟା ବୈଠକ ଅନୁଷ୍ଠିତ ହୋଇଥିଲା। ଏମ୍‌ସ ନିକଟରେ ଏକ ଆହାର କେନ୍ଦ୍ର ଖୋଲିବା, ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ସେଠାରେ କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା। ସେହିପରି ଜାତୀୟ ରାଜପଥରୁ ଏମ୍‌ସକୁ ସଂଯୋଗ କରୁଥିବା ରସ୍ତାର ପ୍ରଶସ୍ତିକରଣ, ଆଲୋକୀକରଣ, ବର୍ଜ୍ୟବସ୍ତୁ ପରିଚାଳନା ଓ ଏହାର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଉପରେ ଆଲୋଚନା କରାଯିବା ସହିତ ପଦକ୍ଷେପ ଗ୍ରହଣ କରିବା ଉପରେ ନିଷ୍ପତ୍ତି ହୋଇଥିଲା।

ଏହି ବୈଠକରେ ଏମ୍‌ସ ଭୁବନେଶ୍ୱରର ନିର୍ଦେଶକ ଗୀତାଞ୍ଜଳି ବାଟମାନବାନେ, ବିଏମ୍‌ସି କମିସନର କ୍ରିଷ୍ଣନ୍‌ କୁମାର, ଖୋର୍ଧା ଜିଲ୍ଲାପାଳ ନିର୍ମଳ କୁମାର ମିଶ୍ର, ଡିଏମ୍‌ଇଟି ନିର୍ଦେଶକ ଡା.ପ୍ରକାଶ ମହାପାତ୍ର, ଅତିରିକ୍ତ ଶାସନ ସଚିବ ସୁରଜିତ ଦାଶ, ବିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଡା.ଚନ୍ଦ୍ରିକା ପ୍ରସାଦ ଦାସ ସମେତ ଏନ୍‌ଏଚ୍‌ଇ ଓ କମିସନରରେଟ୍‌ ପୁଲିସର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe