ଏମ୍‌ସ ଭୁବନେଶ୍ୱର ଦେଶର ଦ୍ୱିତୀୟ ସ୍ୱଚ୍ଛ ହସ୍ପିଟାଲ!

Advertisment
ଏମ୍ସ ଠିକା ଶ୍ରମିକଙ୍କ ବେତନରୁ କଟୁଛି ୭୫୦ ଟଙ୍କା, କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

Justdial

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱର ଦେଶର ଦ୍ବିତୀୟ ସ୍ବଚ୍ଛ ହସ୍ପିଟାଲ ମାନ୍ୟତା ହାସଲ କରିଥିବା ଜଣାପଡ଼ିଛି। ୨୦୧୮ ମସିହା‌ରେ ମଧ୍ୟ ଏମ୍‌ସ ସମାନ ଭାବେ ଏହି ପୁରସ୍କାର ହାସଲ କରିବାରେ ସଫଳ ହୋଇଥିଲା। ତେବେ ଏମ୍‌ସ କର୍ତ୍ତୃପକ୍ଷ ଏଭଳି ଘଟଣା ସଂପର୍କରେ କୌଣସି ସୂଚନା ନ ଥିବା କହିଛନ୍ତି। ଏ ସଂପର୍କିତ ‌ଠୋସ୍ ସୂଚନା ପାଇବା ପରେ ହିଁ ଗଣମାଧ୍ୟମକୁ ଏ ସଂପର୍କିତ ସୂଚନା ଦିଆଯିବ ବୋଲି ଏମ୍‌ସ କର୍ତୃପକ୍ଷ କହିଛନ୍ତି।

ହସ୍ପିଟାଲଗୁଡ଼ିକରେ ପରିସ୍କାର ପରିଚ୍ଛନ୍ନତା ବଜାୟ ରଖିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ‘କାୟାକଳ୍ପ’ ପୁରସ୍କାର ପ୍ରଦାନ କରାଯାଉଛି। ପ୍ରଥମ ସ୍ଥାନ ହାସଲ କରୁଥିବା ଜିଲ୍ଲା ହସ୍ପିଟାଲଗୁଡ଼ିକୁ ଏଥିପାଇଁ ୫୦ ଲକ୍ଷ, ଦ୍ବିତୀୟ ସ୍ଥାନ ୨୦ଲକ୍ଷ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନ ପାଇଁ ୧୫ ଲକ୍ଷ ଓ ଦ୍ବିତୀୟ ସ୍ଥାନ ପାଇଁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ୨ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe