ଏମ୍‌ସ ଗଭର୍ଣ୍ଣିଂବଡି ବୈଠକକୁ ନେଇ କର୍ତ୍ତୃପକ୍ଷଙ୍କ ନିରବତା: ୪ ଫାକ୍‌ଲଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ!

Advertisment
ଏମ୍‌ସ ଅସ୍ଥିଶଲ୍ୟ ବିଭାଗର ସଫଳତା: ରାଜ୍ୟରେ ପ୍ରଥମ ଜଙ୍ଘହାଡ଼ ପ୍ରତିରୋପଣ ଅସ୍ତ୍ରୋପଚାର

ଭୁବନେଶ୍ୱର : ପାଖାପାଖି ବର୍ଷେ ପରେ ବସିଲା ଏମ୍‌ସରେ ଗଭର୍ଣ୍ଣିଂବଡି ବୈଠକ। କିନ୍ତୁ ବୈଠକରେ ହୋଇଥିବା ଆଲୋଚନା ଓ ନିଷ୍ପତ୍ତିକୁ ନେଇ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି। ବୈଠକର ୪ ଦିନ ପରେ ମଧ୍ୟ ଏ ସଂପର୍କରେ କେହି ମୁହଁ ଖୋଲୁ ନାହାନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଏମ୍‌ସର ନିର୍ଦ୍ଦେଶିକା ପ୍ରଫେସର୍‌ ଗୀତାଞ୍ଜଳି ବି. ବୈଠକରେ ୪ ଫାକ୍‌ଲଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ କରିଛନ୍ତି। ମନସ୍ତତ୍ତ୍ବ ବିଭାଗର ଅତିରିକ୍ତ ପ୍ରଫେସର୍‌, ନିଶ୍ଚେତକ ବିଭାଗର ବରିଷ୍ଠ ଡାକ୍ତର, ଶିଶୁ ସର୍ଜରି ବିଭାଗର ପ୍ରଫେସର୍‌, ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ସହକାରୀ ପ୍ରଫେସର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍‌ ହୋଇଛି। ସେଥିମଧ୍ୟରୁ ୩ଜଣଙ୍କ ସହ ନିର୍ଦ୍ଦେଶକଙ୍କ ଦୀର୍ଘ ଦିନ ହେଲା ବିବାଦ ରହିଛି। ଡିସେମ୍ବର ୧୯ରେ ନିର୍ଦ୍ଦେଶକ ପ୍ରଫେସର୍‌ ଗୀତାଞ୍ଜଳି ବି.ଙ୍କ କାର୍ଯ୍ୟକାଳ ପୂରଣ ହେଉଛି, ତା’ ପୂର୍ବରୁ ଏତେ ଫାକ୍‌ଲଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ପଦାକୁ ଆସିଲେ ନିର୍ଦ୍ଦେଶିକା ଓ କର୍ତ୍ତୃପକ୍ଷଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବୈଠକର ସାରାଂଶକୁ ଯଥାସମ୍ଭବ ଗଣମାଧ୍ୟମଠାରୁ ଦୂରେଇ ରଖିବାକୁ କର୍ତ୍ତୃପକ୍ଷ ଚେଷ୍ଟା କରୁଥିବା କୁହାଯାଉଛି।

ଗଭର୍ଣ୍ଣିଂବଡି ବୈଠକରେ ନିର୍ଦ୍ଦେଶକ, ଡିଡିଏଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଅଧିକାଂଶ ସଦସ୍ୟ ଅନ୍‌ଲାଇନ୍‌ରେ ସାମିଲ ହୋଇଥିଲେ। ନିର୍ଦ୍ଦେଶିକାଙ୍କ ପ୍ରଥମ ପାଳିର ଏହା ଶେଷ ବୈଠକ। ସମସ୍ତେ ଆଶା କରୁଥିଲେ, ଅନେକ ବିକାଶମୂଳକ କାର୍ଯ୍ୟର ପ୍ରସ୍ତାବ ରହିବ। ହେଲେ ଏହି ୬ଟି ଡେପୁଟି ମେଡିକାଲ ଅଧୀକ୍ଷକ, ଶିଶୁ ମନସ୍ତତ୍ତ୍ବ, କ୍ଲିନିକାଲ ମନସ୍ତତ୍ତ୍ବ, ଏନେଣ୍ଟାଲ ମେଡିକାଲ ଅଫିସର ଆଦି ପଦରେ ନିଯୁକ୍ତି, ବରିଷ୍ଠ ନର୍ସିଂ ଅଫିସରଙ୍କୁ ପଦୋନ୍ନତି, ପଦୋନ୍ନତିରୁ ବାଦ୍‌ ପଡ଼ିଥିବା ୧୧ ଫାକଲଟିଙ୍କ ଅଭିଯୋଗର ସମୀକ୍ଷା କରାଯାଇଥିଲା। ଅଳ୍ପ ଦିନ ମଧ୍ୟରେ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ପୂରଣ ହେଉଛି। ଏଣୁ ଏହି ସମୟ ମଧ୍ୟରେ ଖାଲି ପଦରେ ନିଯୁକ୍ତି ପାଇଁ ସାକ୍ଷାତକାର ନେବା ଲାଗି ଗଭର୍ଣ୍ଣିଂବଡ଼ିର ଅନୁମତି ଲୋଡାଯାଇଥିବା ସୂଚନା ମିଳିଛି। ଏଥି ମଧ୍ୟରୁ କେଉଁ ପ୍ରସ୍ତାବ ଗ୍ରହଣ ହୋଇଛି, ସେ ସମ୍ପର୍କରେ ଏମ୍‌ସ ପକ୍ଷରୁ କୁହାଯାଉନାହିଁ। ଅପରପକ୍ଷେ ଏହା ଏମ୍‌ସର ଆଭ୍ୟନ୍ତରୀଣ ବୈଠକ ହୋଇଥିବାରୁ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇପାରିବ ନାହିଁ ବୋଲି ବୈଠକର ପ୍ରଥମ ଦିନରୁ ହିଁ କୁହାଯାଇଥିଲା।

ସହକର୍ମୀଙ୍କୁ ଯୌନ ନିର୍ଯାତନା: ଅତିରିକ୍ତ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ
ଭୁବନେଶ୍ବର : ସହକର୍ମୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଏମ୍‌ସର ଜଣେ ଅତିରିକ୍ତ ପ୍ରଫେସର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏମ୍‌ସର ଯୌନ ନିର୍ଯାତନା ନିରାକରଣ କମିଟିର ରିପୋର୍ଟ ଆଧାରରେ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶକ ସୁପାରିସ କରିଛନ୍ତି। ଅଭିଯୋଗକାରୀ ମହିଳା ଡାକ୍ତର ଠିକାରେ ଏମ୍ସରେ କାର୍ଯ୍ୟରତ ଥିଲେ। କାର୍ଯ୍ୟକାଳ ପୂରଣ ହେବା ପରେ ତାଙ୍କୁ ଅବ୍ୟାହତି ଦିଆଯାଇଛି। ପ୍ରାୟ ବର୍ଷେ ତଳେ ଏହି ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe