ଏମ୍‌ସ ଲେବର ରୁମ୍ ସିଲ୍‌! ସଙ୍ଗରୋଧରେ ଗଲେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର

Advertisment

ଆଉ ୨୧ ପଜିଟିଭ୍ ଚିହ୍ନଟ, ରୋଗୀ ସେବା ପାଇଁ ଆଇସୋଲେସନ୍‌ ୱାର୍ଡକୁ ବିନିଯୋଗ କର: ଡିଏମ୍‌ଇଟି

ଆଉ ୨୧ ପଜିଟିଭ୍ ଚିହ୍ନଟ, ରୋଗୀ ସେବା ପାଇଁ ଆଇସୋଲେସନ୍‌ ୱାର୍ଡକୁ ବିନିଯୋଗ କର: ଡିଏମ୍‌ଇଟି

ଏମ୍‌ସ ଲେବର ରୁମ୍ ସିଲ୍‌! ସଙ୍ଗରୋଧରେ ଗଲେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର

New Indian Express

ଭୁବନେଶ୍ବର : ଏମ୍‌ସରେ ଗତ ୨ ଦିନରେ ବହୁ ସଂଖ୍ୟାରେ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଲେବର ରୁମ୍‌କୁ ସିଲ୍‌ କରି ଦିଆଯିବା ସହିତ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସଙ୍ଗରୋଧରେ ଯିବା ଲାଗି କୁହାଯାଇଛି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏମ୍‌ସରେ ପ୍ରସ୍ତୁତ ହୋଇଥିବା ୨ଶହ ଶଯ୍ୟା ବିଶିଷ୍ଟ ଆଇସୋଲେସନ୍ ୱାର୍ଡକୁ ରୋଗୀଙ୍କ ଚିକିତ୍ସା ଲାଗି ବିନିଯୋଗ କରିବା ଲାଗି ଡିଏମ୍‌ଇଟି ଏମ୍‌ସ ନିର୍ଦେଶକଙ୍କ ଚିଠି ଲେଖିଥିବା ଜଣାପଡ଼ିଛି। ଗତ କିଛିଦିନ ଧରି ଏମ୍‌ସରେ ବହୁ ସଂଖ୍ୟାରେ ରୋଗୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଲମୋନାରି ମେଡିସନ୍‌ ବିଭାଗରୁ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଦିନ ୧ଟା ସୁଦ୍ଧା ଏମ୍‌ସରେ ୨୧ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏମ୍‌ସର ଲେବର ରୁମ୍‌ରେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ରୁମ୍‌କୁ ସିଲ୍ କରି ଦିଆଯାଇଛି। ରୋଗୀମାନଙ୍କୁ ଅନ୍ୟତ୍ର ଏକ ରୁମ୍‌କୁ ସ୍ଥାନାନ୍ତର କରାଯାଇଛି। ଲେବର ରୁମ୍ ଓଟି ମଧ୍ୟ କାର୍ଯ୍ୟ କରୁଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି।

ଏମ୍‌ସରେ ୨ଶହ ଶଯ୍ୟା ଓ ୨୦ଟି ଆଇସିୟୁ ଶଯ୍ୟା ଥିବା ଆଇସୋଲେସନ୍‌ ୱାର୍ଡ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ତେବେ ଏମ୍‌ସରେ ଦିନକୁ ଦିନ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଡିଏମ୍‌ଇଟି ପକ୍ଷରୁ ଏମ୍‌ସ ନିର୍ଦେଶିକାଙ୍କୁ ଚିଠି ଲେଖି ଆଇସୋଲେସନ୍‌ ୱାର୍ଡକୁ ରୋଗୀ ସେବାରେ ବ୍ୟବହାର କରିବା ଲାଗି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe