ଜୁନ୍‌ ୧ରୁ ଖୋଲିବ ଏମ୍‌ସ ‘ଓଏସ୍‌ଟି’ କେନ୍ଦ୍ର

Advertisment

କର୍ମଚାରୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ସବୁ ନିୟମକୁ ପାଳନ କରାଯାଇଛି: ଏମ୍‌ସ ଅଧିକାରୀ

କର୍ମଚାରୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ସବୁ ନିୟମକୁ ପାଳନ କରାଯାଇଛି: ଏମ୍‌ସ ଅଧିକାରୀ

ଏମ୍‌ସ, ଏମ୍‌କେସିଜିକୁ ହେପାଟାଇଟିସ୍‌ର ମଡେଲ ଚିକିତ୍ସା କେନ୍ଦ୍ର ଘୋଷଣା

currentaffairs.adda247.com

ଭୁବନେଶ୍ବର : ଆସନ୍ତା ଜୁନ୍‌ ୧ତାରିଖରୁ ଏମ୍‌ସରେ କାର୍ଯ୍ୟକ୍ଷମ ହେବ ଓପଏଡ୍‌ ସବ୍‌ଷ୍ଟିଚ୍ୟୁସନାଲ ଥେରାପି ବା ଓଏସ୍‌ଟି କେନ୍ଦ୍ର। ଇଞ୍ଜେକସନ୍‌ ଦ୍ବାରା ନିଶା ସେବନ କରୁଥିବା ବ୍ୟକ୍ତି(ଆଇଡିୟୁ)ମାନଙ୍କୁ ଏଠାରେ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ। ଜାତୀୟ ଏଡସ୍‌ ନିୟନ୍ତ୍ରଣ ସମିତି(ନାକୋ) ପକ୍ଷରୁ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ) ସହାୟତାରେ ଏମ୍‌ସରେ ଏହି ଓଏସ୍‌ଟି କେନ୍ଦ୍ର ଖୋଲା ଯାଇଛି। ଏଥିରେ ଜଣେ ଡାକ୍ତରଙ୍କ ସମେତ, କାଉନସେଲର, ଡାଟା ମ୍ୟାନେଜର ଓ ଷ୍ଟାଫ୍ ନର୍ସ ରହିବେ। ଆ‌ଇଡିୟୁମାନେ ସିଧାସଳଖ କିମ୍ବା ଆଇଡିୟୁମାନଙ୍କ ଉପରେ କାର୍ଯ୍ୟ କରୁଥିବା ଟିଆଇ(ଟାର୍ଗେଟେଡ୍‌ ଇଣ୍ଟରଭେନସନ)ଙ୍କ ଜରିଆରେ କେନ୍ଦ୍ରକୁ ଅଣାଯିବ। ‌କେନ୍ଦ୍ରରେ ସେମାନଙ୍କୁ ଆବଶ୍ୟକ କାଉନସେଲିଂ ସହିତ ଔଷଧ ଯୋଗାଇ ଦିଆଯିବ। ତେବେ ଓଏସ୍‌ଟି କେନ୍ଦ୍ର ପାଇଁ ଆବଶ୍ୟକ ଆର୍ଥିକ ଖର୍ଚ ଓ ଔଷଧ ଓସାକ୍ସ ପକ୍ଷରୁ ପ୍ରଦାନ କରାଯିବ। ଏମ୍‌ସର ମାନସିକ ରୋଗ ବିଭାଗ ଅଧୀନରେ ଏହା କାର୍ଯ୍ୟ କରିବ।

ଓଏସ୍‌ଟି କେନ୍ଦ୍ରରେ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିନା କୌଣସି ସୂଚନାରେ କର୍ମଚାରୀ ନିଯୁକ୍ତ ‌କରାଯାଇଥିବା କିଛି ଆବେଦନକାରୀ ଅଭିଯୋଗ ଆଣିଛନ୍ତି। ଏମ୍‌ସ ଭୁବନେଶ୍ବର ମାନସିକ ରୋଗ ବିଭାଗର ମୁଖ୍ୟ ଡା. ବିଶ୍ବରଂଜନ ମିଶ୍ର କହିଛନ୍ତି, ଏହି କେନ୍ଦ୍ର ପାଇଁ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଯାହା ବି ନିଯୁକ୍ତି ହୋଇଛି ସବୁ ନିୟମ ଅନୁଯାୟୀ କରାଯାଇଛି। ଓସାକ୍ସର ସହଯୋଗରେ ଆବେଦନକାରୀଙ୍କ ସ୍କ୍ରିନିଂ କରାଯାଇଥିଲା। ସ୍କ୍ରିନିଂରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଇ-ମେଲ ଓ ଏମ୍‌ସ ୱେବସାଇଟ୍‌ରେ ସୂଚନା ଦିଆଯାଇଥିଲା। କିଛି ଆବେଦନକାରୀ ରିପୋର୍ଟିଂ ସମୟ ଆସିଥିଲେ, ତେଣୁ ସେମାନେ ଏଭଳି ଅଭିଯୋଗ ଆଣିପାରିଥାନ୍ତି। ସାକ୍ଷାତକାର/ନିଯୁକ୍ତି ପାଇଁ ଏକ କମିଟି ରହିଛି। ତେଣୁ ଅନିୟମିତତାର ପ୍ରଶ୍ନ ଉଠୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe