ଏମ୍‌ସରେ ସଫେଇ କର୍ମଚାରୀଙ୍କ ଧାରଣା

Advertisment
ଏମ୍‌ସ ଲେବର ରୁମ୍ ସିଲ୍‌! ସଙ୍ଗରୋଧରେ ଗଲେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର

New Indian Express

ଖଣ୍ଡଗିରି : ନିୟମିତ ଦରମା ପ୍ରଦାନ ଦାବିରେ ଗୁରୁବାର ସକାଳେ ଭୁବନେଶ୍ବର ଏମ୍‌ସର ସଫେଇରେ ନିୟୋଜିତ ଥିବା ଠିକା କର୍ମଚାରୀମାନେ ଧାରଣା ଦେଇଥିଲେ। ସକାଳ ସିଫ୍ଟର ପ୍ରାୟ ୨ ଶହ ସଫେଇ କର୍ମଚାରୀ ଘଣ୍ଟାଏ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ଠିକାସଂସ୍ଥା ଓ ଏମ୍‌ସ କର୍ତ୍ତୃପକ୍ଷ ଆନ୍ଦୋଳନରତ କର୍ମଚାରୀମାନଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସୂଚନାନୁସାରେ, ଆଜି ସକାଳୁ ସଫେଇ କର୍ମଚାରୀମାନେ ହଠାତ୍ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିଲେ। ଫଳରେ ସମସ୍ତ ୱାର୍ଡ, ଅପରେସନ୍ ଥିଏଟର, ଆଇସିୟୁ ଓ ବାହାର ପରିସରରେ ଅଳିଆ ଆବର୍ଜନା ଗଦା ହୋଇ ରହିଥିଲା। ତେଣୁ ତୁରନ୍ତ ଏମ୍‌ସ କର୍ତ୍ତୃପକ୍ଷ ଓ ଠିକା ସଂସ୍ଥା ଧାରଣାସ୍ଥଳରେ ପହଞ୍ଚି କର୍ମଚାରୀମାନଙ୍କୁ ବୁଝାସୁଝା କରିଥିଲେ। ଠିକା ସଂସ୍ଥା କିଛି କର୍ମଚାରୀଙ୍କୁ ତୁରନ୍ତ ଦରମା ଦେଇଥିଲା। ଅନ୍ୟ ସମସ୍ତଙ୍କୁ ଦୁଇ ଦିନ ଭିତରେ ଦରମା ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ କର୍ମଚାରୀମାନେ ଧାରଣାରୁ ଉଠିଥିଲେ। ସୂଚନାଯୋଗ୍ୟ, ଗୋଲ୍‌ଡେନ୍‌ ହସ୍ପିଟାଲିଟି ସର୍ଭିସେସ୍‌(ଜିଏଚ୍‌ଏସ୍‌) ଠିକା ସଂସ୍ଥା ଭୁବନେଶ୍ବର ଏମ୍‌ସର ସଫେଇ ଠିକା ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe