ବିମାନବନ୍ଦରରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ଚୋରି ଘଟଣା, ୪ ଅଣ ଓଡ଼ିଆ ଲୁଟିଛନ୍ତି

Advertisment
ବିମାନବନ୍ଦରରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ଚୋରି ଘଟଣା, ୪ ଅଣ ଓଡ଼ିଆ ଲୁଟିଛନ୍ତି

ପୁରୁଣା ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଶୁକ୍ରବାର ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ଲୁଟ୍‌ ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଏପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରିପାରିନାହିଁ। ସିସିଟିଭି ଯାଞ୍ଚ କରି ଲୁଟେରାମାନଙ୍କୁ ଠାବ କରିବା ପାଇଁ ପୁଲିସ ଚେଷ୍ଟା ଚଳାଇଛି। ୪ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଛନ୍ତି ଓ ସେମାନଙ୍କ ମଧ୍ୟରେ ୨ଜଣ ମହିଳା ଥିବା ପୁଲିସ କହିଛି। ସେମାନେ ଭ୍ୟାନିଟି ବ୍ୟାଗ୍‌ଟିକୁ ଚୋରି କରିବା ପରେ ଚାଲି ଚାଲି ଅଟୋଷ୍ଟାଣ୍ଡକୁ ଯାଇଥିଲେ। ପରେ ସେଠାରୁ ଏକ ଅଟୋରେ ଫେରାର୍‌ ହୋଇଯାଇଥିଲେ। ପୁଲିସ ଆଜି ଉକ୍ତ ଅଟୋକୁ ଠାବ କରି ଚାଳକଙ୍କୁ ପଚରାଉଚରା କରିଛି। ଅଭିଯୁକ୍ତମାନେ ଅଟୋ ଚାଳକଙ୍କ ସହ ଅଣଓଡ଼ିଆରେ କଥାବାର୍ତ୍ତା ହୋଇଥିବା ପୁଲିସ କହିଛି। ପୁଲିସ ତାଙ୍କ ବୟାନ ଆଧାରରେ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଏୟାରପୋର୍ଟ ଥାନା ଅଧିକାରୀ ବଳରାମ ନାୟକ କହିଛନ୍ତି।

ସୂଚନାଯୋଗ୍ୟ, ପୁରୀ, କୋଣାର୍କ ବୁଲିବା ପାଇଁ ଶୁକ୍ରବାର କୋଲକାତାରୁ ଦୀପ୍ତି ଅଗ୍ରୱାଲ ପରିବାର ସହିତ ଭୁବନେଶ୍ୱର ଆସିଥିଲେ। ପୂର୍ବାହ୍ନ ପ୍ରାୟ ୯ଟାରେ ସେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କ ସ୍ୱାମୀ ଟ୍ୟାକ୍ସି ବୁଝିବା ପାଇଁ ଯାଇଥିବା ବେଳେ ଦୀପ୍ତି ଓ ତାଙ୍କର ୩ ପୁଅ, ଝିଅଙ୍କ ସହ କଥା ହେଉଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଟ୍ରଲିରୁ ତାଙ୍କ ଭ୍ୟାନିଟି ବ୍ୟାଗ୍‌ ଚୋରି କରି ନେଇଥିଲା। ଏନେଇ ସେ ସିଆଇଏସ୍‌ଏଫ ଓ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ଚୋରି ହୋଇଥିବା ତାଙ୍କ ବ୍ୟାଗ୍‌ରେଏକ ଦାମୀ ମୋବାଇଲ୍‌, ୩୦ ହଜାର ଟଙ୍କା, ପରିବାର ସଦସ୍ୟଙ୍କ ଭିସା, ପାସପୋର୍ଟ, ଏଟିଏମ୍‌ କାର୍ଡ ଓ ପରିଚୟପତ୍ର ସମେତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେଥାନା ଅଧିକାରୀ ଶ୍ରୀ ନାୟକଙ୍କ କହିବା ଅନୁଯାୟୀ ୨ଜଣ ମହିଳା ଓ ୨ଜଣ ପୁରୁଷ ମିଶି ଏହି ଚୋରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe