୮ବର୍ଷ ପରେ ରାଜଧାନୀରେ ସର୍କସ: ଭୁଶୁଡ଼ିଗଲା ଅଜନ୍ତାର ତମ୍ବୁ

Advertisment
୮ବର୍ଷ ପରେ ରାଜଧାନୀରେ ସର୍କସ: ଭୁଶୁଡ଼ିଗଲା ଅଜନ୍ତାର ତମ୍ବୁ

ପୁରୁଣା ଭୁବନେଶ୍ବର : ଦୀର୍ଘ ୮ବର୍ଷ ପରେ ରାଜଧାନୀକୁ ଆସିଛି ସର୍କସ। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଗୁରୁବାର ସଂଧ୍ୟାରେ ଅଜନ୍ତା ସର୍କସ ଶୁଭାରମ୍ଭ ପାଇଁ ସବୁ ପ୍ରସ୍ତୁତ ସରିଥିଲା। ଦୀର୍ଘ ବର୍ଷ ପରେ ସର୍କସ ଆସିଥିବାରୁ ଏହାକୁ ନେଇ ରାଜଧାନୀବାସୀଙ୍କ ମନରେ ପ୍ରବଳ ଆଗ୍ରହ ରହିଥିଲା। ଆଫ୍ରିକା, ରୁଷିଆ, ମଣିପୁରର କଳାକାରମାନେ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ଫାୟାର ରିଂ, ଫ୍ଲାଇଂ, ଫାୟାର ଡ୍ୟାନ୍ସ, ସାଇକେଲ ଫ୍ଲାଏ, ରିଂ ବାଲାନ୍ସ, ଜୋକର କମେଡି ସହ ବିଭିନ୍ନ ଦୁଃସାହାସିକ ଖେଳ ପ୍ରଦର୍ଶନ ହେବାର ଥିଲା। ହେଲେ ଅପରା‌ହ୍‌ଣରେ କାଳବୈଶାଖୀ ବର୍ଷା ପବନ ସବୁ ବିଗାଡ଼ିଦେଲା।

publive-image

ପବନର ବେଗ ଏତେ ଜୋର୍‌ ଥିଲା ଯେ ସର୍କସ ଆରମ୍ଭର ଦୁଇଘଣ୍ଟା ପୂର୍ବରୁ ତମ୍ବୁ ଉଡାଇ ଫୋପାଡ଼ି ଦେଲା। ଦୋଳି ଓ ଦର୍ଶକ ଗ୍ୟାଲେରି ଚୌକି ବେଞ୍ଚ ପବନ ଝଟକାରେ ଓଲଟାଇଦେଲା। ଫଳରେ ଉଦ୍‌ଘାଟନୀ ପର୍ବକୁ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe