ଅଠାଅଶିରେ ଅଜିବାବୁ

Advertisment
ଅଠାଅଶିରେ ଅଜିବାବୁ

ସମସ୍ତଙ୍କୁ ଅତି ଆପଣାପଣରେ ବାନ୍ଧିଥିବା ଓ ସବୁବେଳେ ସମସ୍ତଙ୍କ ସଦିଚ୍ଛା ମନାସୁଥିବା ବ୍ୟକ୍ତି ହେଉଛନ୍ତି ଉଦ୍ୟୋଗରତ୍ନ ଅଜୟ କିଶୋର ଦାସ (ଅଜିବାବୁ)। ୫୦ ବର୍ଷରୁ ଅଧିକ କାଳ ଆମର ସୁପରିଚିତ ଅଜିବାବୁ ଆଜି ୮୮ବର୍ଷରେ ପଦାର୍ପଣ କରୁଛନ୍ତି। ସମସ୍ତଙ୍କ ପାଇଁ ସେ ପ୍ରେରଣାର ଉତ୍ସ। ଦୂରଦୃଷ୍ଟି ଅନେକ, ଲକ୍ଷ୍ୟରେ ଅଟଳ। ସର୍ବୋପରି ତାଙ୍କର ‘ପରିବାରବୋଧ’ ପ୍ରକୃତରେ ଅନୁକରଣୀୟ। ପର ଲୁଗା ପିନ୍ଧି ସେ କେବେହେଲେ ଯାତକୁ ଯାଇନାହାନ୍ତି। ନିଜ ଓଜନ ନିଜେ ବୁହନ୍ତି। ଏଯାବତ୍‌ ଅନ୍ୟର ସାହାଯ୍ୟ ଲୋଡ଼ି ନାହାନ୍ତି। ଅଜିବାବୁ ମନେ ରହିବା ଭଳି ଜଣେ ଭଲ ମଣିଷ। ତାଙ୍କୁ ଦେଖିବା କ୍ଷଣି ଇତରପଣିଆ ଆପେ ଆପେ ଝଡ଼ିଯାଏ। ତାଙ୍କୁ ଦେଖିଲେ ମନରେ ଈର୍ଷା ହୁଏ ଯେ ଆମେ ଏମିତି ହୋଇପାରିଥାଆନ୍ତୁ କି! ଆମର ଶୁଭେଚ୍ଛା, ଅଜିବାବୁ ଶହେରୁ ଅଧିକ ଶରତ ଦେଖନ୍ତୁ ଓ ସମସ୍ତଙ୍କୁ ଏମିତି ଆଶୀର୍ବାଦ କରୁଥାଆନ୍ତୁ।

ଅଜିତ୍ ଚନ୍ଦ୍ର ଦାସ, ଭୁବନେଶ୍ୱର
ରାଜେନ୍ଦ୍ର ନାରାୟଣ ଦାସ (ଜର୍ମାନୀ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe