ଜେରିଆଟ୍ରିକ୍ ସେଣ୍ଟରରେ ଚକ୍ଷୁ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଆକାଶ

Advertisment
ଜେରିଆଟ୍ରିକ୍ ସେଣ୍ଟରରେ ଚକ୍ଷୁ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଆକାଶ

ଭୁବନେଶ୍ୱର: ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସନାୟକ ତାଙ୍କ ଜନ୍ମଦିନ ସୌଭାଗ୍ୟନଗରସ୍ଥିତ ଜେରିଆଟ୍ରିକ୍ ସେଣ୍ଟର୍‌ରେ ପାଳନ କରିଛନ୍ତି। ଏହି ଅବସରରେ ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ଅନ୍ତେବାସୀଙ୍କ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା। ଭୂମିକା ଚକ୍ଷୁ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଅନ୍ତେବାସୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ଉପକରଣ ଓ ଔଷଧ ଦିଆଯାଇଥିଲା।

ଜେରିଆଟ୍ରିକ୍ ସେଣ୍ଟର୍‌ର ଅନ୍ତେବାସୀମାନେ ତାଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ଜୀବନ କାମନା କରିଥିଲେ। ଜନ୍ମଦିନ ପାଳନ ଉତ୍ସବରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଜୟଶ୍ରୀ ଧଳ, ଦେବୀ ପ୍ରସାଦ ମଙ୍ଗରାଜ, ଜୋଷିକା ବୋଷ, ପବନ ପାତ୍ରୋ, ସତ୍ୟ ସୁମନ, କିଶୋର ଦାସ, ଭାଗ୍ୟଧର ସାମଲ, ସୁମିତ୍ରା ମହାନ୍ତି, ସତ୍ୟବ୍ରତ ଜେନା, ଆଦିତ୍ୟ ଚୌଧୁରୀ, ଅସିତ୍ ସାହୁ, ବିଶ୍ୱଜିତ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe