ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ୍ ଠକେଇ, ଆଉ ଜଣେ ନିର୍ଦ୍ଦେଶକ ଗିରଫ

Advertisment
ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଚିଟ୍‌ଫଣ୍ଡ୍ ଠକେଇ, ଆଉ ଜଣେ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ବର: ଆକାଶ ଇଣ୍ଡିଆ ମଲ୍ଟି କମ୍ପ୍ଲେକ୍ସ ଲିମିଟେଡ୍‌ ଚିଟ୍‌ଫଣ୍ଡ୍ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଆଜି ସଂସ୍ଥାର ଆଉ ଜଣେ ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ସେ ହେଲେ, ସୁଦର୍ଶନ ସେନାପତି। ସୁଦର୍ଶନ ୨୦୧୧ରୁ ୨୦୧୬ ମସିହା ମଧ୍ୟରେ ବିଭିନ୍ନ ଜିଲ୍ଲାର ଜମାକାରୀଙ୍କଠାରୁ ୩ କୋଟିରୁ ଊର୍ଧ୍ବ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସୁଦର୍ଶନ ପ୍ରଥମେ ପ୍ରଥମେ ଲୋଭନୀୟ ଅଫର୍‌ ଦେଇ ଜମାକାରୀଙ୍କଠାରୁ ଟଙ୍କା ହାତେଇଥିଲେ। ୨୦୧୩ ମସିହା ପର୍ଯ୍ୟନ୍ତ ପ୍ରତିଶ୍ରୁତି ଅନୁଯାୟୀ ଟଙ୍କା ଫେରସ୍ତ ମଧ୍ୟ କରିଥିଲେ।

ଏମିତି କରି ସେ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲେ। ମାଚ୍ୟୁରିଟି ପରେ ବି ଟଙ୍କା ନ ମିଳିବାରୁ ଜମାକାରୀମାନେ ସଂସ୍ଥାର ଭୁବନେଶ୍ବରସ୍ଥିତ ଡୁମୁଡୁମା କାର୍ଯ୍ୟାଳୟକୁ ଦୌଡ଼ିଥିଲେ। ସେଠାରୁ ସେମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସଂପୃକ୍ତ ସଂସ୍ଥା ଏକାସାଙ୍ଗରେ ଭୁବନେଶ୍ବର ସମେତ ନିଆଳି, ଚର୍ଚ୍ଚିକା, ପୁରୀ, ଅସ୍ତରଙ୍ଗ, ବାଙ୍ଗୁରିଗାଁ, ପାଣିକୋଇଲି, ବ୍ରହ୍ମଗିରି ଓ ଜଗତସିଂହପୁରରେ ଥିବା ଶାଖା କାର୍ଯ୍ୟାଳୟକୁ ବନ୍ଦ କରିଦେଇଥିଲା। ଏ ସଂପର୍କରେ ଜମାକାରୀ ଦେବେନ୍ଦ୍ର କୁମାର ନାୟକ ୪ବର୍ଷ ତଳେ ଇଓଡବ୍ଲୁର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ପାଇ ଇଓଡବ୍ଲୁ ପ୍ରଥମେ ସଂସ୍ଥାର ମୁଖ୍ୟ କେଦାରନାଥ ସାହୁ, ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ସାହୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବାସ ଚନ୍ଦ୍ର ମହାନ୍ତି ଗିରଫ କରିଥିଲା। ମାତ୍ର ସୁଦର୍ଶନଙ୍କ ସମେତ ଆହୁରି ଅନେକ ଫେରାର୍‌ ହୋଇଯାଇଥିଲେ। ଗତକାଲି ଇଓଡବ୍ଲୁ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସୁଦର୍ଶନକୁ ଗିରଫ କରିବା ପରେ ଆଜି କୋର୍ଟରେ ହାଜର କରାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe