ଆକାଶ ଛାତ୍ରଛାତ୍ରୀଙ୍କ ଅନନ୍ୟ ମାର୍ଗଦର୍ଶକ ଏ ବି ସିଂହ

ଆକାଶ ଛାତ୍ରଛାତ୍ରୀଙ୍କ ଅନନ୍ୟ ମାର୍ଗଦର୍ଶକ ଏ ବି ସିଂହ

ଭୁବନେଶ୍ବର: ନିଟ୍-୨୦୧୯ ଏବଂ ଏମ୍‌ସ୍‌-୨୦୧୯ର ପରୀକ୍ଷାରେ ଆକାଶ ଇନଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଆକାଶ ଭୁବନେଶ୍ବର କେନ୍ଦ୍ର ଏହାର ଉଚ୍ଚକୋଟିର ପ୍ରଦର୍ଶନ ଜାରି ରଖିଛି। ପ୍ରତିଷ୍ଠାନର ମାର୍ଗଦର୍ଶକ ଅଜୟ ବାହାଦୁର ସିଂହଙ୍କ ଅଧ୍ୟବ୍ୟସାୟ ଏବଂ ଦୂରଦୃଷ୍ଟି ବଳରେ ଏଭଳି ସଫଳତା ମିଳିଆସୁଛି। ଶ୍ରୀ ସିଂହଙ୍କର ଆଦ୍ୟାନ୍ତ ହାୟର ସେକେଣ୍ଡାରି ସ୍କୁଲ୍ (ବିଜ୍ଞାନ)ର ଚଳିତବର୍ଷର ଛାତ୍ର ଆୟୁଷ ବିଶ୍ବାଳ ଓଡ଼ିଶା ବୋର୍ଡରେ ୫୫୨ ନମ୍ବର ରଖି ନବମ ସ୍ଥାନରେ ରଖି ଉତ୍ତୀର୍ଣ୍ଣ ହୋଇଥିବାବେଳେ ସ୍କୁଲର ୩୩ ଜଣ ଛାତ୍ରଛାତ୍ରୀ ୫୦୦ରୁ ଅଧିକ ନମ୍ବର ରଖି ସ୍କୁଲର ଗୌରବକୁ ବଜାୟ ରଖିପାରିଛନ୍ତି। ସେହିଭଳି ଶ୍ରୀ ସିଂହଙ୍କ ଦ୍ବାରା ପରିଚାଳିତ ଆକାଶ ଇନଷ୍ଟିଚ୍ୟୁଟ୍ ଦିଲ୍ଲୀ ପ୍ରୀତ୍ ବିହାର କେନ୍ଦ୍ରରୁ ଏମ୍‌ସ୍‌-୨୦୧୯ରେ ଭାବିକ୍ ବନସାଲ ଜିନ୍ଦେଗୀ ପ୍ରୋଗ୍ରାମ ଜରିଆରେ ଚଳିତବର୍ଷ ମୋଟ ୧୪ ଜଣଙ୍କ ମଧ୍ୟରୁ ସମସ୍ତ ଛାତ୍ରଛାତ୍ରୀ ନିଟ୍‌-୨୦୧୯ ପରୀକ୍ଷାରେ ସରକାରୀ ଡାକ୍ତରୀ କଲେଜରେ ଶିକ୍ଷା ଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ଆକାଶ ସୁପର-୩୦ ଜରିଆରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସେ ମାଗଣା ରହିବା, ଖାଇବା ଏବଂ କୋଚିଂ ପ୍ରଦାନ କରୁଛନ୍ତି। ଫଳରେ ଛାତ୍ରଛାତ୍ରୀମାନେ ଆଇଆଇଟି ଭଳି ନାମୀ ପ୍ରତି‌ଷ୍ଠାନରେ ନାମ ଲେଖାଇବା ‌ସୁଯୋଗ ପାଉଛନ୍ତି। ଶ୍ରୀ ସିଂହ ଆକାଶ ଭୁବନେଶ୍ବର, କଟକ ସମେତ ନାଗପୁର, ଦିଲ୍ଲୀ ପ୍ରୀତ୍ ବିହାର, ମହାରାଷ୍ଟ୍ରର ନାନ୍ଦେଦ୍ ଏବଂ ଲାଟୁର କେନ୍ଦ୍ରର ନିର୍ଦେଶକ ମଧ୍ୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe