ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଉପଜୋନ୍ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

Advertisment
ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ଉପଜୋନ୍ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

ଭୁବନେଶ୍ୱର: ସ୍ୱଚ୍ଛତା, ବ୍ୟସନମୁକ୍ତ, ସଂସ୍କାରବାନ ପିଢ଼ି ଓ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ପଟିଆସ୍ଥିତ ମିଟ୍‌ସ କଲେଜ ସଭାଗୃହରେ ଉପଜୋନ୍‌ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଂଯୋଜକ ବାଳକୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶାନ୍ତି କୁଞ୍ଜ ହରିଦ୍ୱାରର ବରିଷ୍ଠ ପ୍ରତିନିଧି ଡ. ବ୍ରଜମୋହନ ଗୌଡ଼, ଦକ୍ଷିଣ ପୂର୍ବ ଜୋନ୍ ପ୍ରଭାରୀ ଅରୁଣ ଖଣ୍ଡାଗ୍ଲେ ଓ ଓଡ଼ିଶା ପ୍ରଭାରୀ ଶେଷଦେବ ଘଡ଼ାଇ ପ୍ରମୁଖ ଯୋଗଦେଇ ଓଡ଼ିଶା ପ୍ରତି ଗାୟତ୍ରୀ ପରିବାରର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରବଚନ ରଖିଥିଲେ। ଡ. ଗୌଡ଼ କହିଥିଲେ ଭଗବାନ ଜଡ଼ ନୁହନ୍ତି, ଭଗବାନ ଚେତନ। ଆମେ ଯଦି ଆମ ଜୀବାତ୍ମାକୁ ଚେତନ ସହ ମିଶାଇବା, ତେବେ ତାହାର ପ୍ରତିକ୍ରିୟା, ଗତିବିଧି, ରୀତିନୀତି ସବୁ ଚେତନ ଓ ଭାବନାତ୍ମକ ହେବ। ପ୍ରତ୍ୟେକ କର୍ମକର୍ତ୍ତା ନିଶା ନିବାରଣ ଉପରେ ଧ୍ୟାନ ଦେବା ସହ ଧର୍ମୀୟ ଚେତନା ଜାଗରଣ କରନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଉପଜୋନ୍ ସଂଯୋଜକ ବାଲେଶ୍ୱରର ଯଜ୍ଞବରାହ ମହାନ୍ତି, ଅନୁଗୁଳର ବସନ୍ତ କର, କଟକର ଦେବୀ ପ୍ରସାଦ ସିଂ ଓ ଭୁବନେଶ୍ୱରର ପ୍ରତାପ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟକ କର୍ମକର୍ତ୍ତା ଯୋଗଦେଇଥିଲେ। ଗଣମାଧ୍ୟମ ସଂଯୋଜକ କୃପାସିନ୍ଧୁ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe