ଚନ୍ଦ୍ରଶେଖରପୁର: କେମ୍ବ୍ରିଜ୍ ଆସେସ୍ମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ଅଧୀନ ଇଣ୍ଟରନ୍ୟାସନାଲ ଜେନେରାଲ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରି ଏଜୁକେସନ (ଆଇଜିସିଏସ୍ଇ)- ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀ ଦଶମ ଗ୍ରେଡରେ(ମାର୍ଚ୍ଚ ସିରିଜ୍) ଉନ୍ନତ ପ୍ରଦର୍ଶନ କରିବା ସହ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଅକ୍ରିତି ଅଗ୍ରୱାଲ୍ ସ୍କୁଲ ଟପ୍ର ହେବା ସହ ସମସ୍ତ ବିଷୟରେ ‘ଏ’ ଷ୍ଟାର ହାସଲ କରିଛନ୍ତି। ସେହିପରି ଆର୍ଯ୍ୟାନ୍ ଅଗ୍ରୱାଲ୍ ଦ୍ୱିତୀୟ ଓ ଆଲୋକଶ୍ରୀ ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
୪୪% ଛାତ୍ରଛାତ୍ରୀ ‘ଏ’ ଷ୍ଟାର ଏବଂ ୬୪% ପିଲା ‘ଏ’ କିମ୍ବା ତା’ଠାରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। କେମ୍ବ୍ରିଜ୍ ପାଠ୍ୟକ୍ରମ ଅନୁଯାୟୀ, ସମସ୍ତ ବିଷୟ ଗବେଷଣା, ନୂତନ ଉଦ୍ଭାବନ ଓ ପ୍ରୋଜେକ୍ଟ ବେସ୍ ହୋଇଥାଏ। କେମ୍ବ୍ରିଜ୍ ପାଠ୍ୟକ୍ରମରେ ଗ୍ଳୋବାଲ୍ ପରସପେକ୍ଟିଭ୍, ମ୍ୟୁଜିକ୍, ଆର୍ଟ ଓ ଡିଜାଇନ୍ ଅନ୍ତର୍ଭୁକ୍ତ ରହିଛି। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷକମାନଙ୍କ କଠିନ ପରିଶ୍ରମ ଓ ଅଭିଭାବକଙ୍କ ସହଯୋଗ ପାଇଁ ଆମେ ସଫଳତା ପାଇଛୁ ବୋଲି ସ୍କୁଲର ଚେୟାରପର୍ସନ ଶିଳ୍ପୀ ସାହୁ କହିଛନ୍ତି।
Follow Us