ଚନ୍ଦ୍ରଶେଖରପୁର: ‘ଅକ୍ଷର ଭୂମି’ର ‘ଅ’ ଦୁର୍ବଳ ହେଇଗଲାଣି। ‘ଅ’ରେ କଳଙ୍କି ଲାଗିବା ସହ ଖଣ୍ଡ ଖଣ୍ଡ ହୋଇ ପଥର ଖସିଗଲାଣି। ସନ୍ଧ୍ୟା ହେଲେ ଚିକିମିକି ଆଲୁଅରେ ଝଟକୁନି କି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁନି। ଏବେ କେବଳ ଯାହା ସ୍ଥିତି ବଞ୍ଚାଇ ରଖିଛି। ପାର୍କର ରକ୍ଷଣାବେକ୍ଷଣ ପାଇଁ ମାଳି ଅଛନ୍ତି। ଜଗାରଖା କରିବାକୁ ସୁରକ୍ଷା କର୍ମୀ ରହିଛନ୍ତି। ମାତ୍ର ରକ୍ଷଣାବେକ୍ଷଣ ଦିଗରେ କେହି ବି ଗୁରୁତ୍ବ ଦେଉ ନାହାନ୍ତି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କିମ୍ବା ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କର ଏଥିପ୍ରତି ଅଦୌ ଧ୍ୟାନ ନାହିଁ। ଦେଖଣାହାରୀ ଅଭିଯୋଗ କରୁଛନ୍ତି କର୍ମଚାରୀ ବି ଉପରିସ୍ଥ ଅଧିକାରୀଙ୍କୁ ଏହା ସମ୍ପର୍କରେ ଅବଗତ କରାଉଛନ୍ତି। ହେଲେ କେହି ଶୁଣୁନାହାନ୍ତି। ‘ଅକ୍ଷର ଭୂମି’ର ଅବ୍ୟବସ୍ଥା ନେଇ ସମସ୍ତେ ଜାଣିଥିଲେ ମଧ୍ୟ କେହି ଆନ୍ତରିକତା ଦେଖାଉ ନ ଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Elephant: ବେତନଟୀ ରେଞ୍ଜରେ ଚିନ୍ତା ବଢ଼ାଉଛି ୨୪ଟିକିଆ ହାତୀପଲ
୨୦୨୪ ଫେବ୍ରୁଆରି ପ୍ରଥମ ସପ୍ତାହ। ଓଡ଼ିଆ ଭାଷା ଇତିହାସରେ ଯୋଡ଼ି ହୋଇଥିଲା ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଥିଲା ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ଦେଶ ବିଦେଶର ଅନେକ ଭାଷାବିତ୍, ବିଶେଷଜ୍ଞ, ଗବେଷକ ସାମିଲ ହୋଇ ଓଡ଼ିଶା ଭାଷା ଉପରେ ମାନସମନ୍ଥନ କରିଥିଲେ। ଜନତା ମଇଦାନରେ ଅନୁଷ୍ଠିତ ଏହି ୩ ଦିନିଆ ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବାକୁ କଳାମଣ୍ଡଳ ପରିସରରେ ନିର୍ମିତ ହୋଇଥିଲା ‘ଅକ୍ଷର ଭୂମି’। ଖୋଣ୍ଡଲାଇଟ୍ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ଦେଖିବାକୁ ମିଳିଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବା ସହ ଓଡ଼ିଆ ବର୍ଣ୍ଣମାଳାରେ ସୁଶୋଭିତ ‘ଅକ୍ଷର ଭୂମି’ ଆମ ଭାଷା ପ୍ରୀତିକୁ ଉଜ୍ଜୀବିତ କରି ରଖିବା ସହ ଓଡ଼ିଆ ଭାଷା, ସଂସ୍କୃତି, କଳା ଓ ସ୍ଥାପତ୍ୟର ଜୟଗାନ କରି ଚାଲିବ ବୋଲି ମତବ୍ୟକ୍ତ କରିଥିଲେ।
Road: ନିର୍ମାଣର ୬ମାସ ପୁରିନି, ରାସ୍ତାରୁ ଉଠିଗଲାଣି ପିଚୁ
ଓଡ଼ିଆ ଭାଷା ସମ୍ମିଳନୀକୁ ଦୁଇ ବର୍ଷ ବିତିବା ସହ ରାଜ୍ୟରେ ସରକାର ପରିବର୍ତ୍ତନକୁ ୨୦ ମାସ ବିତିଛି। ଏହି ସମୟ ମଧ୍ୟରେ ବଦଳିଗଲାଣି ‘ଅକ୍ଷୟ ଭୂମି’ର ରୂପ। ପର୍ଯ୍ୟଟକଙ୍କୁ ଆଉ ଆକର୍ଷିତ କରିପାରୁ ନାହିଁ। ଉଦ୍ଘାଟନ ସମୟରେ ଯେତିକି ସୌନ୍ଦର୍ଯ୍ୟୀକରଣ ହୋଇଥିଲା, ଏବେ ମଧ୍ୟ ସେତିକି ରହିଛି। ଆଉ ଗୋଟିଏ ବି ଇଟା ଯୋଡ଼ି ହୋଇ ନାହିଁ। ବରଂ ଚଟାଣରେ ବିଛା ଯାଇଥିବା ଟାଇଲ୍ଗୁଡ଼ିକ ଦାବିଗଲାଣି। ୨୦୨୫ ଡିସେମ୍ବରରୁ ଏହାର ଖୋଲିବା ଓ ବନ୍ଦ ହେବା ସମୟରେ ପରିବର୍ତ୍ତନ ହୋଇଛି। ସୋମବାରଠାରୁ ଶୁକ୍ରବାର ମଧ୍ୟରେ ସକାଳ ୫ଟାରୁ ପୂର୍ବାହ୍ନ ୧୧ଟା ୩୦ ଓ ଅପରାହ୍ଣ ୩ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଏହି ପାର୍କ ଖୋଲା ରହୁଛି। ଶନିବାର ଓ ରବିବାର ସକାଳ ୫ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଭ୍ରମଣକାରୀ ବୁଲିବାର ନିୟମ ହୋଇଛି। ରାତି ପର୍ଯ୍ୟନ୍ତ ଏହା ଖୋଲାରହୁଥିଲେ ମଧ୍ୟ ଆଲୋକୀକରଣ ଆଉ ଆଗଭଳି ନାହିଁ। ଅଧିକାଂଶ ଲାଇଟ୍ ମାସାଧିକ ହେଲା ଖରାପ ହୋଇ ପଡ଼ିଛି। ମରାମତି ଦିଗରେ ବିଡିଏ ଆଦୌ ଗୁରୁତ୍ବ ଦେଉ ନାହିଁ। ଗୋଟିଏ ପଟେ ଦୁଇ ହଜାର ସିଟ୍ ବିଶିଷ୍ଟ କଳାମଣ୍ଡଳର ଭାଗ୍ୟ ଏବେ ବି ଝୁଲିରହିଥିବା ବେଳେ ଅନ୍ୟପଟେ ‘ଅକ୍ଷର ଭୂମି’ର ଆକର୍ଷଣ କମିବାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/02/sfhfshfxbv-2026-03-02-01-16-06.jpg)