ଅକ୍ଷୟ ପରିଜାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍‌

Advertisment

୩ କୋଟି ପାଇଁ ବ୍ଲାକ୍‌ମେଲ୍‌

୩ କୋଟି ପାଇଁ ବ୍ଲାକ୍‌ମେଲ୍‌

ଅକ୍ଷୟ ପରିଜାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍‌

The Kashmir Monitor

ଭୁବନେଶ୍ବର: କାଷ୍ଟିଂ କାଉଚ୍‌ ମାମଲାରେ ବିଶିଷ୍ଟ ଓଲିଉଡ୍‌ ପ୍ରଯୋଜକ ଅକ୍ଷୟ କୁମାର ପରିଜା ଛନ୍ଦି ହୋଇଛନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ଜଣେ ଦଳିତ ଯୁବତୀଙ୍କୁ ସେ ଦୀର୍ଘ ଦିନ ଧରି ଯୌନ ଶୋଷଣ କରି ଆସୁଥିଲେ ବୋଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ଅପରପକ୍ଷେ ଗତକାଲିଠାରୁ ବିଭିନ୍ନ ସୋସିଆଲ ମିଡିଆରେ ଏକ ନଗ୍ନ ଭିଡିଓ ଭାଇରାଲ ହେଉଛି। ତାହା ଅକ୍ଷୟଙ୍କର ବୋଲି କୁହାଯାଉଛି। ଏହି ଘଟଣା ଏବେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଥିବା ବେଳେ ଏନେଇ ଅକ୍ଷୟ ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଭିଡିଓରେ ଥିବା ଯୁବତୀ ଓ ଜଣେ ମହିଳା ଆଇନଜୀବୀଙ୍କ ବିରୋଧରେ ସେ ଏତଲା ଦେଇଛନ୍ତି।

ଏତଲା କପିରେ ଦର୍ଶାଯାଇଛି ଯେ ଜଣେ ଯୁବତୀ କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି। ତାଙ୍କୁ ଅଭି‌ନେତ୍ରୀ କରାଇବାର ସ୍ବପ୍ନ ଦେଖାଇ ପ୍ରଯୋଜକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ବିଭିନ୍ନ ସମୟରେ ତାରକା ହୋଟେଲକୁ ଡାକି ଆପ୍ୟାୟିତ କରିବା ସହ ସମ୍ପର୍କ ରଖିଥିଲେ। ଫିଲ୍ମରେ ଅଭିନୟ କରିବା ଆଳରେ ଏଭଳି ସେ ବାରମ୍ବାର କରି ଚାଲିଥିଲେ। ଏପରିକି ଅକ୍ଷୟ ତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତର ଭିଡିଓକୁ ଉତ୍ତୋଳନ କରି ଯୁବତୀଙ୍କୁ ବ୍ଲାକମେଲ୍‌ କରୁଥିଲେ। ଯୁବତୀଙ୍କ ବାହାଘର ସ୍ଥିର ହୋଇଯିବା ପରେ ଅକ୍ଷୟ ଉକ୍ତ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବେ ବୋଲି ଧମକ ଦେଇଥିଲେ। କିନ୍ତୁ ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଓମ୍ ପ୍ରକାଶ ମହାନ୍ତି କହିଛନ୍ତି, ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ଏଭଳି ଚର୍ଚାର କିଛି ଘଣ୍ଟା ପରେ ତଥା ବିଳମ୍ବିତ ରାତିରେ ନିଜେ ଅକ୍ଷୟ ନୂଆପଲ୍ଲୀ ଥାନାକୁ ଯାଇ ଜଣେ ଯୁବତୀ ଓ ଜଣେ ମହିଳା ଆଇନଜୀବୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ଶ୍ରୀ ପରିଜାଙ୍କ ଏତଲା ମୁତାବକ, ଯୁବତୀଜଣକ ପ୍ରାୟ ଦେଢ଼ବର୍ଷ ପୂର୍ବେ ତାଙ୍କ ସହ ସାମାଜିକ ଗଣମାଧ୍ୟମରେ ପରିଚିତ ହୋଇଥିଲେ। ସେ ଟେଲି ଧାରାବାହିକରେ ନିୟମିତ ଅଭିନୟ କରନ୍ତି। ମାତ୍ର ତାଙ୍କର ଏବେ ଆଉ ଧାରାବାହିକରେ ଅଭିନୟ କରିବାକୁ ଇଚ୍ଛା ନାହିଁ ଏବଂ ସେ ଚଳଚ୍ଚିତ୍ର ନଚେତ୍ ବ୍ୟବସାୟ କରିବାକୁ ଚାହାନ୍ତି ବୋଲି ଶ୍ରୀ ପରିଜାଙ୍କୁ କହିଥିଲେ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାକୁ ନେଇ ସେ ଏଭଳି ନିଷ୍ପତ୍ତି ନେଉଥିବା ଜଣାଇଥିଲେ। ତାଙ୍କ ସମସ୍ୟା ବାବଦରେ ଅବଗତ ହେବା ପରେ ଶ୍ରୀ ପରିଜା ତାଙ୍କୁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କ୍ରମରେ ସଂପୃକ୍ତ ଯୁବତୀ ଶ୍ରୀ ପରିଜାଙ୍କର ଖୁବ୍ ନିକଟତର ହୋଇଥିଲେ।

ଶ୍ରୀ ପରିଜାଙ୍କଠାରୁ ସହଯୋଗ ପାଇବା ପରେ ଯୁବତୀଜଣକ ବିୟୁଟି ପାର୍ଲର୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଉ ଏଥିପାଇଁ ସେ ତାଙ୍କୁ ୫ଲକ୍ଷ ଟଙ୍କା ମାଗିଥିଲେ। ମାତ୍ର ସେ ସମୟରେ ପ୍ରଯୋଜକ ଶ୍ରୀ ପରିଜାଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଏବେ ଟଙ୍କା ଦେଇପାରିବେ ନାହିଁ ବୋଲି ମନା କରିବା ସହ ତାଙ୍କ ସମ୍ବଳ ଅନୁଯାୟୀ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପରେ ହଠାତ୍ ସେପ୍ଟେମ୍ବର ୭ତାରିଖରେ ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ମହିଳା ନିଜକୁ ଆଇନଜୀବୀ ବୋଲି ଦର୍ଶାଇ ଯୁବତୀଙ୍କ ବାବଦରେ କଥା ହେବାକୁ କହିଥିଲେ। ସେ କହିଥିଲେ, ଯୁବତୀଙ୍କ ସହିତ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ ତାଙ୍କ ପାଖରେ ଅଛି। ଯଦି ସେ ତାଙ୍କୁ ଦାବି ମୁତାବକ ଟଙ୍କା ନ ଦିଅନ୍ତି, ତେବେ ଥାନାରେ ମାମଲା ରୁଜୁ କରାଇ ତାଙ୍କର ସମ୍ମାନ ଓ ପ୍ରତିପତ୍ତି ଧ୍ବଂସ କରିଦେବେ। ପରେ ଯୁବତୀ ଓ ମହିଳା ଆଇନଜୀବୀ ୩ କୋଟି ଟଙ୍କା ଦେବାକୁ ପ୍ରଯୋଜକ ଅକ୍ଷୟଙ୍କୁ କହିଥିଲେ। ଅକ୍ଷୟ ରାଜି ନ ହେବାରୁ ତାଙ୍କର ଅନ୍ତରଙ୍ଗ ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯାଇଥିଲା। ଏହା ପଛରେ ଉକ୍ତ ଯୁବତୀ ଓ ଆଇନଜୀବୀଙ୍କ ହାତ ଥିବା ଅକ୍ଷୟ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe