ଚାନ୍ଦିଭଣ୍ଡାରରେ ଅକ୍ଷୟ ତୃତୀୟା ଅଫର

Advertisment
ଚାନ୍ଦିଭଣ୍ଡାରରେ ଅକ୍ଷୟ ତୃତୀୟା ଅଫର

ଭୁବନେଶ୍ବର: ଅକ୍ଷୟ ତୃତୀୟା ଅବସରରେ ଚାନ୍ଦିଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ଅଫର ଅଣାଯାଇଛି। ଅକ୍ଷୟ ତୃତୀୟାରେ ଚାନ୍ଦି ଭଣ୍ଡାର ଶୁଦ୍ଧତାର ପ୍ରତିଶ୍ରୁତି ସହ ରୁପା ସାମଗ୍ରୀ ଓ ଗହଣାର ଗଢ଼ା ମୂଲ୍ୟରେ ଫ୍ଲାଟ୍ ୩୦ପ୍ରତିଶତ ରିହାତି ପ୍ରଦାନ କରୁଛି। ଏହି ଅଫର ମେ ୩ ତାରିଖ ଯାଏ ବୈଧ ବୋଲି ସୋ’ ରୁମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଚାନ୍ଦିଭଣ୍ଡାର ବିଶେଷ କରି ପାଉଁଜି, ଚୁଡ଼ି, ବ୍ରେସଲେଟ୍, ଚେନ୍, ତାରକସି କାମ ଆଣ୍ଟିକ୍, ମୂର୍ତ୍ତି, ପ୍ରିମିୟମ ଉପହାର ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି। ଏଠାରେ ରୁପା ପ୍ରତିମୂର୍ତ୍ତି ଏବଂ ପୂଜା ସାମଗ୍ରୀ ଉପଲବ୍ଧ ରହିଛି।

ଜୀବନରେ ରୁପାର ବିଭିନ୍ନ ସ୍ବରୁପକୁ ମାନ୍ୟତା ଦେବା କ୍ଷେତ୍ରରେ ଏହା ହେଉଛି ଏକମାତ୍ର ବ୍ରାଣ୍ଡ। ଯାହା ଗ୍ରାହକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଏହା ଅଭିନବ ସପିଙ୍ଗ ଅନୁଭୂତି ପ୍ରଦାନ କରିଥାଏ ବୋଲି ସୋ’ ରୁମ ପକ୍ଷରୁ କୁହାଯାଇଛି। ରୁପା ସାମଗ୍ରୀ ଉପରେ ୯୦ ପ୍ରତିଶତ ରିଟର୍ଣ୍ଣ ଭାଲ୍ୟୁ ସୁନିଶ୍ଚିତ ଦେଇଥାଏ। ଭୁବନେଶ୍ବର ସହିଦନଗର, ପଟିଆ ଓ ରାଉରକେଲାରେ ଚାନ୍ଦିଭଣ୍ଡାର ସୋ’ ରୁମ ଥିବା ବେଳେ ଅନୁଗୁଳରେ ଖୁବଶୀଘ୍ର ଖୋଲାଯିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe