ସକଳ ସୃଷ୍ଟି ଅଦୃଶ୍ୟ ସ୍ଥିତିରୁ ଉତ୍ପନ୍ନ: ରାଜ୍ୟପାଳ

Advertisment

ଉତ୍କଳ ଦୃଷ୍ଟିହୀନ ସଂଘର ୪୭ତମ ପ୍ରତିଷ୍ଠା ଦିବସ

ଉତ୍କଳ ଦୃଷ୍ଟିହୀନ ସଂଘର ୪୭ତମ ପ୍ରତିଷ୍ଠା ଦିବସ

ସକଳ ସୃଷ୍ଟି ଅଦୃଶ୍ୟ ସ୍ଥିତିରୁ ଉତ୍ପନ୍ନ: ରାଜ୍ୟପାଳ

ଭୁବନେଶ୍ବର: ଉତ୍କଳ ଦୃଷ୍ଟିହୀନ ସଂଘର ୪୭ତମ ପ୍ରତିଷ୍ଠା ଦିବସ ସଂଘର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭା‌ବେ ଯୋଗଦେଇ କହିଥିଲେ ସକଳ ସୃଷ୍ଟି ଅଦୃଶ୍ୟ ସ୍ଥିତିରୁ ଉତ୍ପନ୍ନ। କେହି ବି ସଂପୂର୍ଣ୍ଣ ନୁହନ୍ତି। ଭଗବାନ ମଧ୍ୟ ଦିବ୍ୟାଙ୍ଗ ଭାବରେ ଆବିର୍ଭୂତ ହୋଇଛନ୍ତି। ସର୍ବଦା ଈଶ୍ୱରୀୟ ମହାଚେତନା ସହ ସଂଯୁକ୍ତ ରହିବାକୁ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ‘ସମାଜ’ ଖବରକାଗଜର ପ୍ରଭାସ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ମେଜର କଳ୍ପନା ଦାସ। ସଂଘର ସାଧାରଣ ସମ୍ପାଦକ ପ୍ରଫେସର ଶରତ ଦାସ ସ୍ବାଗତ ଭାଷଣ ଦେଇଥିଲେ। ସଂଘର ପ୍ରତିଷ୍ଠାତା ସଭ୍ୟ ନୃସିଂହ ଚରଣ ମହାରଣାଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭୀମ ଭୋଇ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉତ୍କଳ ଦୃଷ୍ଟିହୀନ ସଂଘ, ନିଶ୍ବାସ କଲେଜ ଓ ଉତ୍କଳ ଚାମ୍ବର ଅଫ୍‌ କମର୍ସ ଦ୍ବାରା ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

ଏଥିସହ ‘ଏମିକୋ’ ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ୨୦ଜଣ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନ୍‌ ପ୍ରଦାନ କରାଯାଇଥିଲା। ଏଥିସହ ସଂଘର ୭ଦଫା ସମ୍ବଳିତ ଏକ ଦାବିପତ୍ର ସଂଘର ଉପସଭାପତି ମହମ୍ମଦ ଇକ୍‌ବାଲଙ୍କ ରାଜ୍ୟପାଳଙ୍କୁ ‌ପ୍ରଦାନ କରିଥିଲେ। ମହିଳା ଓ ଶିଶୁ ବିକାଶ ସଂଗଠନର ଦେବଦତ୍ତ ପ୍ରକଳ୍ପ ପକ୍ଷରୁ ଉପସ୍ଥିତ ଥିବା ସମସ୍ତ ଅତିଥି ଓ ସଂଘର ସଭାପତି, ଉପସଭାପତି, ସାଧାରଣ ସଂପାଦକ ଓ ଅର୍ନ୍ତଜାତୀୟ ପାରା-ଆଥ୍‌ଲେଟ୍‌ ଦେବରାଜ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦୃଷ୍ଟିହୀନ ଛାତ୍ରାଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe