twitter.com
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଜନ ବିରୋଧୀ, କର୍ମଚାରୀ, ଶ୍ରମିକ ବିରୋଧୀ ଏବଂ ସମ୍ବିଧାନ ବିରୋଧୀନୀତିକୁ ବିରୋଧ କରି ଆସନ୍ତା ୮ ତାରିଖରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ମହାସଂଘ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ସର୍ବଭାରତୀୟ ମହାସଂଘର ନିଷ୍ପତ୍ତି କ୍ରମେ ସମର୍ଥନ ଜଣାଇ ଆଜି ଭୁବନେଶ୍ବର ଠାରେ ଷ୍ଟ୍ରାଇକ୍ କ୍ୟାମ୍ପେନ୍ କମିଟିର ଏକ ବୈଠକରେ କରାଯଇଛି। ବୈଠକରେ ସର୍ବଭାରତୀୟ ମହାସଂଘର ଭୃଗୁ ଭଟ୍ଟାଚାର୍ଯ୍ୟ, ଦେବବ୍ରତ ମହାନ୍ତି, ଜନାର୍ଦ୍ଦନ ମଜୁମଦାର ପ୍ରମୁଖ ଯୋଗଦେଇ ଧର୍ମଘଟ ସମ୍ପର୍କରେ ଆଲୋଚନା କରିବା ସହ ୧୦ଦଫା ଦାବି ଉପରେ ଆଲୋକପାତ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ମୋହିନୀ ମୋହନ ସାମଲ, ଏନ୍ଏଫ୍ପିଇ ରାଜ୍ୟ ସଭାପତି ବୃହଷ୍ପତ୍ତି ସାମଲ, ସାଧାରଣ ସମ୍ପାଦକ ରବୀନ୍ଦ୍ରନାଥ ଧଳଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନା କରିଥିଲେ। ପ୍ରକାଶ ଥାଉ କି, ଗତ ସେପ୍ଟେମ୍ବର ୩୦ ତାରିଖରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ କନ୍ଭେନ୍ସନରେ ଧର୍ମଘଟ ନେଇ ନିଷ୍ପତ୍ତି ନିଆଯାଇଥିଲା।
Follow Us