ଅଲ୍‌ ଓଡ଼ିଶା ପାଓ୍ଵାର ଇଂଜିନିୟର୍ସ ଫେଡେରେସନ୍‌ର ରାଜ୍ୟ କାର୍ଯ୍ୟକାରିଣୀ

Advertisment
ମହଙ୍ଗା ହେବ ବିଜୁଳି!

ଭୁବନେଶ୍ୱର: ଅଲ୍‌ ଓଡ଼ିଶା ପାଓ୍ଵାର୍‌ ଇଂଜିନିୟର୍ସ ଫେଡେରେସନ୍‌ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓପିଟିସିଏଲ୍‌, ଗ୍ରିଡ୍‌କୋ, ଓଏଚ୍‌ପିସି, ସେସୁ, ନେସ୍‌କୋ, େଓ୍ଵସ୍‌କୋ ଏବଂ ସାଉଥ୍‌କୋ ଇଂଜିନିୟର୍ସ ଆସୋସିଏସନ୍‌ର କର୍ମକର୍ତା ଯୋଗ ଦେଇଥିଲେ। ପୂର୍ବ ଭାରତ ବିଦ୍ୟୁତ ଇଂଜିନିୟର୍ସ ଫେଡେରେସନ୍‌ର ମହାସଚିବ ପ୍ରଶାନ୍ତ ଚତିର୍ବେଦି, ସର୍ବଭାରତୀୟ ଫେଡେରେସନ୍‌ର ମହାସଚିବ ରତ୍ନାକର ରାଓ ଅତିଥି ଭାବେ ଯୋଗଦେଇଥିଲେ। ବୈଠକରେ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇଥିବା ବିଦ୍ୟୁତ ସଂସ୍କାର, ବିଦ୍ୟୁତ କ୍ଷେତ୍ରରେ ବିଘଟନ, ଘରୋଇ କରଣ ଏବଂ ପ୍ରାଞ୍ଚଇଜ୍‌ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଏଥିସହିତ ବିଦ୍ୟୁତ ଇଂଜିନିୟରମାନଙ୍କର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଘରୋଇ କମ୍ପାନିମାନେ କୌଣସି ପୁଞ୍ଜି ବିନିଯୋଗ ନକରି ବିଦ୍ୟୁତ କ୍ଷେତ୍ରକୁ ଆର୍ଥିକ ଓ ପରିଚାଳନା କ୍ଷେତ୍ରକୁ ବିପର୍ଯ୍ୟସ୍ତ କରିଦେଇଥିବାରୁ ବୈଠକରେ ଘେର ଉଦ୍‌ବେଗ ପ୍ରକାଶ ପାଇଥିଲା। ଇଂଜିନିୟରମାନଙ୍କର ସପ୍ତମ ବେତନ କମିସନ ଅନୁଯାୟୀ ଦରମା ନିର୍ଧାରଣ ଓ ପଦୋନ୍ନତି କ୍ଷେତ୍ରରେ ଅବହେଳା ଏବଂ ସେମାନଙ୍କୁ ସିଆର୍‌ପିସି ଆକ୍ଟରେ ହଇରାଣ କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।

ପୁନଃ ଘରୋଇକରଣ ଓ ଫ୍ରାଞ୍ଚାଇଜ୍‌ ପ୍ରଥା ବନ୍ଦ, ବିଦ୍ୟୁତ ନୀତିର ପୁନଃ ସମୀକ୍ଷା, ବିଦ୍ୟୁତ ବୋର୍ଡର ବିଘଟନ, ଘରୋଇକରଣ, ଫ୍ରାଞ୍ଚାଇଜ୍‌ର କୁପ୍ରଭାବ, ବିଦ୍ୟୁତ କ୍ଷେତ୍ର ଓ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଏହାର ପ୍ରଭାବ ସଂପର୍କରେ ଶ୍ୱେତପତ୍ର ପ୍ରକାଶ କରିବାକୁ ବୈଠକରେ ଦାବି କରାଯାଇଥିଲା। ଆଡ୍‌ହକ୍‌ ପରିଚାଳନା ବ୍ୟବସ୍ଥା ବନ୍ଦ, ଶତ ପ୍ରତିଶତ ମିଟର ଲଗାଇବା, ବିଦ୍ୟୁତ ଚୋରି ରୋକିବା, ସିଆର୍‌ପିସି ଆକ୍ଟ ମାଧ୍ୟମରେ ବିଦ୍ୟୁତ ଇଂଜିନିୟରମାନଙ୍କୁ ହଇରାଣ ବନ୍ଦ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଜାରି କରିବା, ଆବଶ୍ୟକ କର୍ମଚାରୀ ଓ ଇଂଜିନିୟରଙ୍କୁ ନିଯୁକ୍ତି କରିବା ଆଦି ୨୫ ଦଫା ଦାବି ସମ୍ବଳିତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ଦାବିପତ୍ରକୁ ସରକାରଙ୍କୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଫେଡେରେସନ୍‌ର ଅଧ୍ୟକ୍ଷ ବିଶ୍ୱରଂଜନ ମିଶ୍ର ଓ ମହାସଚିବ ବ୍ରହ୍ମ ପ୍ରକାଶ ପାଇଟାଳ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe