ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ କମିସନରେଟ୍‌ ପୁଲିସ୍‌ର ଗୁରୁତ୍ବ

ଥାନାଧିକାରୀ ପଦବି ଖାଲି ନେଇ ପ୍ରଶ୍ନ ଉପରେ ସିପି, କହିଲେ- ସବୁ ଫିଲ୍‌-ଅପ ଅଛି

ରାଜଧାନୀରେ ଅପରାଧ ନିୟନ୍ତ୍ରଣ ପାଇଁ ବଳ କଷିଲା କମିସନରେଟ୍‌ ପୁଲିସ

ଭୁବନେଶ୍ବବର: କମିସନରେଟ ପୁଲିସର ୧୪ତମ ପ୍ରତିଷ୍ଠା ଦିବସରେ ନୂଆ ଯୋଜନା ପ୍ରସ୍ତୁତ ହୋଇଛି। ଭର୍ଟୁଆଲ ମାଧ୍ୟମରେ ଏହା ପାଳିତ ହୋଇଛି। ସମାରୋହରେ ପୁଲିସ ଡିଜି ସୁନୀଲ ବଂଶଲ ଯୋଗ ଦେଇଥିଲେ।

ପ୍ରତିଷ୍ଠା ଦିବସ ଅବସରରେ ପୁଲିସ୍‌ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଦ୍ଵୈତ ନଗରୀର ବର୍ଦ୍ଧିତ କଳେବର ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମହିଳା, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବା କମିସନରେଟ୍‌ ପୁଲିସର ମୂଳ ଲକ୍ଷ୍ୟ। ଅର୍ଗାନାଇଜ କ୍ରାଇମ, ପ୍ରପର୍ଟି ଅଫେନ୍ସ, ଡ୍ରଗ୍ସ ଚଳିତ ବର୍ଷର ଫୋକସ ରହିବ। ୨ଟି ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୦ ଜଣଙ୍କୁ ଡ଼ି ଆଦିକଟ କରିବାକୁ ହାତକୁ ନେଇଛି। ଦ୍ବିତୀୟଟି ରକ୍ତ ବନ୍ଧୁ।। ଜରୁରୀ ସମୟରେ ରକ୍ତ ଦାନ ପାଇଁ ନିର୍ଦ୍ଧିଷ୍ଟ ନମ୍ବର  ୮୦୯୩୦୨୮୧୦୮ (ଭୁବନେଶ୍ୱର ପାଇଁ) ଓ ୮୭୬୩୮୯୯୩୨୩ (କଟକ ପାଇଁ) ଜାରି କରାଯାଇଛି। ସାଇବର କ୍ରାଇମ ପାଇଁ ଟେକନିକାଲ ଟିମ ଆବଶ୍ୟକ ରହିଛି ବୋଲି ପୁଲିସ କମିସନର କହିଛନ୍ତି। ତେବେ ବିଭିନ୍ନ ଥାନାରେ ଥାନା ଅଧିକାରୀ ପଦବି ଖାଲି ନେଇ ପ୍ରଶ୍ନ ପଚରାଯିବାରୁ ପୁଲିସ କମିସନର କହିଛନ୍ତି ସବୁ ଫିଲ୍‌-ଅପ୍‌ ଅଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe