ହାଇପ୍ରୋଫାଇଲ ଠକ ପ୍ରଭାକର ନାଁରେ ପୁଣି ଠକେଇ ଅଭିଯୋଗ: ଟଙ୍କା ଦ୍ବିଗୁଣା କରିବା ଆଳରେ ମହିଳାଙ୍କୁ ୪୦ଲକ୍ଷ ଚୂନ

Advertisment
ହାଇପ୍ରୋଫାଇଲ ଠକ ପ୍ରଭାକର ନାଁରେ ପୁଣି ଠକେଇ ଅଭିଯୋଗ: ଟଙ୍କା ଦ୍ବିଗୁଣା କରିବା ଆଳରେ ମହିଳାଙ୍କୁ ୪୦ଲକ୍ଷ ଚୂନ

ଭୁବନେଶ୍ବର : କେନ୍ଦ୍ରାପଡ଼ା ରାଜକନିକାର ମୋଷ୍ଟ ଵାଣ୍ଟେଡ୍ ହାଇପ୍ରୋଫାଇଲ୍ ଠକ ପ୍ରଭାକର ଜେନା ନାଁରେ ପୁଣି ଠକେଇ ଅଭିଯୋଗ ଆସିଛି। ଭରତପୁର ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ସଂସ୍ଥା ଦିଶା ଏଣ୍ଟରପ୍ରାଇଜର୍ସରେ ଟଙ୍କା ଲଗାଇବାକୁ କହିଥିଲା। ମହିଳା ଜଣକ ଟଙ୍କା ଲଗାଇବା ପରେ ଧୂର୍ତ୍ତ ପ୍ରଭାକର ଆଉ ଧରାଛୁଆଁ ଦେଇନଥିଲା। ଏପରିକି ଟଙ୍କା ମାଗିଲେ କି ଥାନାରେ ଅଭିଯୋଗ କଲେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା। ଗତ କିଛିଦିନ ତଳେ ଚନ୍ଦକା ପୁଲିସ ପ୍ରଭାକରକୁ ଗିରଫ କରିବା ପରେ ମହିଳା ଜଣକ ଆଜି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗକାରୀ ଅନ୍ନପୂର୍ଣ୍ଣା ପୃଷ୍ଟିଙ୍କ କହିବାନୁଯାୟୀ, ୨୦୨୧ ଜାନୁଆରିରେ ତାଙ୍କର ପ୍ରଭାକର ସହ ପରିଚୟ ହୋଇଥିଲା। ଏହା ପରେ ପ୍ରଭାକର ଦୁଇଗୁଣା ଟଙ୍କା ପ୍ରଲୋଭନ ଦେଖାଇ ଗୋଠପାଟଣାସ୍ଥିତ ତାଙ୍କର ସଂସ୍ଥା ଦିଶା ଏଣ୍ଟରପ୍ରାଇଜର୍ସରେ ଟଙ୍କା ଲଗାଇବାକୁ କହିଥିଲା। ପ୍ରଭାକର କଥାରେ ପଡ଼ି ମହିଳା ୨୦୨୧ ଜାନୁଆରିରୁ ୨୦୨୧ ଅଗଷ୍ଟ ମଧ୍ୟରେ ପ୍ରାୟ ୩୯ଲକ୍ଷ ୩୦ହଜାର ଟଙ୍କା ଦେଇଥିଲେ। ଏହା ପରେ ଧୂର୍ତ୍ତ ପ୍ରଭାକର ଟଙ୍କା ନେଇ ଫେରାର୍ ହୋଇଯାଇଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚନ୍ଦକା ଥାନା ଅଞ୍ଚଳରେ ରହୁଥିବା ମହିଳା ଡାକ୍ତରଙ୍କ ପାଖରୁ କୋଟିଏ ଟଙ୍କା ଠକିବା ଅଭିଯୋଗରେ ପ୍ରଭାକର ଗିରଫ ହୋଇ ଜେଲ୍‌ରେ ଥିବା ଜଣାପଡ଼ିଛି। ତା’ ନାଁରେ ଏପର୍ଯ୍ୟନ୍ତ ପ୍ରାୟ ୧୦କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe