ବାପ-ଝିଅର ପବିତ୍ର ସମ୍ପର୍କରେ କଳଙ୍କ ! ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ

ବାପ-ଝିଅର ପବିତ୍ର ସମ୍ପର୍କରେ କଳଙ୍କ ! ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ

www.timesnownews.com

ଭୁବନେଶ୍ବର: ବାପ-ଝିଅର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ। ନିଜ ୧୨ ବର୍ଷୀୟ ନାବାଳିକା କନ୍ୟାକୁ ଦୁଷ୍କର୍ମ କରିଛି ବାପା। ଖଣ୍ଡଗିରି ଅଞ୍ଚଳରେ ଏହି ଆପରାଧିକ ଘଟଣା ଘଟିଛି। ଲଜ୍ଜା ଓ ଅପମାନରେ ଜର୍ଜରିତ ନାବାଳିକା କନ୍ୟା ଓ ମା’ ମହିଳା ଥାନାର ଦ୍ବାରସ୍ଥ ହେବା ପରେ ଘଟଣା ପଦାକୁ ଆସିଛି। ପତ୍ନୀଙ୍କ ଅଭିଯୋଗକ୍ରମେ ମହିଳା ଥାନା ପୁଲିସ ପୋକ୍‌ସୋ ଆଇନ ବଳରେ ଅଭିଯୁକ୍ତ ବାପା ବିରୋଧ‌ରେ ଏକ ମାମଲା ରୁଜୁ କରିଛି। ନାବାଳିକାର ଡାକ୍ତରୀମାଇନା କରାଯିବା ସହ ବୟାନ ମଧ୍ୟ ରେକର୍ଡ କରାଇଛି ପୁଲିସ।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳିକାର ପରିବାର ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିଲେ। ଅଭିଯୁକ୍ତ ବାପା ପ୍ରତିଦିନ ମଦ ପିଇ ମା’ଙ୍କୁ ପିଟୁଥିବାରୁ ପରିବାରରେ ଅଶାନ୍ତି ଲାଗି ରହିଥିଲା। ନିର୍ଯାତନା ଅସହ୍ୟ ହେବାରୁ ମା’, ଝିଅ ଘର ଛାଡ଼ି ଅନ୍ୟତ୍ର ରହୁଥିଲେ। ତେବେ ବେଳେ ଅଭିଯୁକ୍ତ ସେଠାକୁ ଯିବା ଆସିବା କରୁଥିଲା। ଗତକାଲି ନାବାଳିକାଜଣଙ୍କ ଘରେ ଏକୁଟିଆ ଥିଲା। ସେହି ସମୟରେ ଅଭିଯୁକ୍ତ ଘରେ ପହଞ୍ଚି ନାବାଳିକାକୁ ଦୁଷ୍କର୍ମ କରିଥିଲା। ନାବାଳିକାଜଣଙ୍କ ଏ ସଂପର୍କରେ ତା’ ମା’ଙ୍କୁ କହିବା ପରେ ଉଭୟ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଏତଲା ଗ୍ରହଣ କରିବା ସହ ମାମଲା ରୁଜୁ କରିଛି। ଅଭିଯୁକ୍ତଜଣଙ୍କ ଫେରାର୍‌ ଥିବାରୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe