ଜେଲ୍‌ ଭିତରେ ନିର୍ଯାତନା ଅଭିଯୋଗ : ଥାନାରେ ଏତଲା ଦେଲେ ପ୍ରଦୀପ ସେଠୀ

Advertisment
ଅର୍ଥତତ୍ତ୍ବ  ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଜାମିନ

ଭୁବନେଶ୍ୱର : ଅର୍ଥତତ୍ବ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଝାରପଡ଼ା ଜେଲ୍‌ର ବିଚାର ବିଭାଗୀୟ ହାଜତରେ ଥିବା ପ୍ରଦୀପ ସେଠୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଜେଲ୍‌ରେ ଥିବା ଅନ୍ୟ ଜଣେ ଅଭିଯୁକ୍ତ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି। ଏ ନେଇ ସେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ସହ ଲକ୍ଷ୍ମୀସାଗର ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏତଲାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି। ଉଭୟ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ତେବେ କୌଣସି ଅଘଟଣ କିମ୍ବା ଆକ୍ରମଣ ଘଟିନାହିଁ ବୋଲି ଜେଲ୍‌ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

୨୦୧୩ ମସିହାରେ ଅର୍ଥତତ୍ବ ଚିଟ୍‌ଫଣ୍ଡ ମାମଲାରେ ପ୍ରଦୀପ ସେଠୀ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ୨୦୧୬ରେ ସେ ନିଜର ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ସେ ସୁସ୍ଥ ହୋଇ ଜେଲ୍‌ ଫେରିଥିଲେ। ସେହିଭଳି ଜେଲ୍‌ର ଜଣେ ସହାୟକଙ୍କ ସହ ଯୁକ୍ତିତର୍କ ପରେ ଗତ ଜାନୁଆରି ମାସରେ ଏକ ବିଦ୍ୟୁତ ତାରରେ ବେକକୁ ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଜେଲ୍‌ କର୍ତ୍ତୃପକ୍ଷ କବାଟ ଭାଙ୍ଗି ତାଙ୍କୁ ଜେଲ୍‌ ଶୌଚାଳୟରୁ ଉଦ୍ଧାର କରିଥିଲେ। ଏବେ ଜଣେ ଅନ୍ତେବାସୀଙ୍କ ସହ ଯୁକ୍ତିତର୍କ ପରେ ସେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ନାରାୟଣ ମହାନ୍ତି ନାମକ ଜଣେ ଅନ୍ତେବାସୀଙ୍କ ସହ କିଛି ଦିନ ତଳେ ତାଙ୍କର ଯୁକ୍ତିତର୍କ ହୋଇଥିଲା ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe