ପୁଲିସ ମାଡ଼‌‌ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

Advertisment

ଅଭିଯୋଗ ଭିତ୍ତିହୀନ: ନୂଆପଲ୍ଲୀ ଥାନା

ଅଭିଯୋଗ ଭିତ୍ତିହୀନ: ନୂଆପଲ୍ଲୀ ଥାନା

ଅଧରାତିରେ ନୂଆପଲ୍ଲୀ ଥାନା ରଣକ୍ଷେତ୍ର

Times of India

ଭୁବନେଶ୍ୱର : ପୁଲିସ୍‌ ମାଡ଼ରେ ସାଲିଆ ସାହିସ୍ଥିତ ଏକାମ୍ରବିହାର ବସ୍ତିର ଜଣେ ଯୁବକଙ୍କ ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଲେ, କଟକ ମଙ୍ଗରାଜପୁରର କୈଳାସ ନାୟକଙ୍କ ପୁଅ ବାପି ନାୟକ ଓରଫ ରଂଜନ (୨୫)। ଏ ସଂପର୍କରେ ବାପିଙ୍କ ମା’ ନୟନ ଆଜି ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ତେବେ ନୂଆପଲ୍ଲୀ ପୁଲିସ୍‌ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି।

ନୟନ ଗୁରୁବାର ଦିନ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ ଗତ ଏପ୍ରିଲ୍‌ ମାସରେ ତାଙ୍କ ନାବାଳକ ସାନପୁଅ ଜଣେ ନାବାଳିକାକୁ ନେଇ କେଉଁଆଡ଼େ ଫେରାର୍‌ ହୋଇଯାଇଛି। ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ଗତ ଶୁକ୍ରବାର ଦିନ ତାଙ୍କୁ ଓ ତାଙ୍କ ବଡ଼ ପୁଅ ରଂଜନକୁ ଥାନାକୁ ଡକାଇଥିଲା। ସେଠାରେ ପୁଲିସ୍‌ ରଂଜନକୁ ନିସ୍ତୁକ ମାଡ଼ ମାରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲା। ତେବେ ରଂଜନର ହୃଦ୍‌ ଓ ଯକୃତ ରୋଗ ଥିବାରୁ ପୁଲିସ୍‌ର ମାଡ଼ ଓ ଭୟରେ ତା’ର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହି କାରଣରୁ ଗତ ରାତିରେ ହଠାତ୍‌ ତା’ର ମୃତ୍ୟୁ ଘଟିଥିଲା।

‌‌ତେବେ ନୟନଙ୍କ ଏହି ଅଭିଯୋଗକୁ ନୂଆପଲ୍ଲୀ ଥାନା ପୁଲିସ୍‌ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଛି। ଥାନାଧିକାରୀ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଗତ ଏପ୍ରିଲ୍ ୧୬ତାରିଖରେ ଥାନାରେ ନାବାଳିକା ଅପହରଣ ହୋଇଥିବା ନେଇ ଏକ ଅଭିଯୋଗ ହୋଇଥିଲା। ଏନେଇ ଘଟଣାର ତଦନ୍ତ କରିବା ପାଇଁ ପୁଲିସ୍ ଅଭିଯୁକ୍ତ ନାବାଳାକର ପରିବାରଲୋକଙ୍କୁ ଥାନାକୁ ଡାକିଥିଲା। ଗତ ମେ’ ୭ ତାରିଖରେ ତାଙ୍କ ଭାଇ ରଂଜନ ଥାନାକୁ ଆସିଥିଲେ। ତେବେ ତା’ର ମା’ କାକୁତିମିନତି ହୋଇ କହିଥିଲେ ଯେ ରଂଜନର ଯକୃତ ଓ ହୃଦ୍‌ରୋଗ ଅଛି। ବେଶି ସମୟ ଥାନାରେ ବସିଲେ ତା’ର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାର ସମ୍ଭାବନା ରହିଛି। ତେଣୁ ପୁଲିସ୍‌ ଉଭୟ ମା’-ପୁଅ ପାଖରୁ ଏକ ଲିଖିତ ପତ୍ର ରଖି ଛାଡ଼ି ଦେଇଥିଲା। ଯଦି ପୁଲିସ୍ ରଂଜନକୁ ମାଡ଼ ମାରିଥିଲା, କାହିଁକି ଗତ ୫ଦିନ ମଧ୍ୟରେ ସେମାନେ ଏସିପି, ଡିସିପି, ସିପି ବା ମାନବାଧିକାର ଆୟୋଗ ପାଖରେ ଅଭିଯୋଗ କଲେ ନାହିଁ ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe