DNA India
ଭୁବନେଶ୍ବର: କଲେଜ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ୪ଜଣ ଦୁର୍ବୃତ୍ତ ଅଗଷ୍ଟ ପହିଲାରେ ତାଙ୍କୁ କାର୍ରେ ଜୋର୍ ଜବରଦସ୍ତ ଅପହରଣ କରିଥିଲେ। ପରେ ଜଣେ ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏନେଇ ପୀଡ଼ିତା ଆଜି ତାଙ୍କ ପରିବାର ଲୋକଙ୍କ ସହିତ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଆସନ୍ତାକାଲି ଡାକ୍ତରୀ ମାଇନା କରାଯିବ ବୋଲି ଜଣାପଡ଼ିଛି।
ଯୁବତୀଙ୍କ ଅଭିଯୋଗ ଅନୁସାରେ, ସେ ଜୟଦେବବିହାରସ୍ଥିତ ଏକ କଲେଜରେ ଯୁକ୍ତ ୨ ପଢ଼ନ୍ତି। ସାଲିଆସାହିସ୍ଥିତ ଘରୁ କଲେଜକୁ ଆସୁଥିବା ବେଳେ ୪ଜଣ ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିଲେ। ତାଙ୍କୁ ମୁହଁରେ ଏକ କପଡ଼ା ଲଗାଇ ଅଚେତ୍ କରି ଦେଇଥିଲେ। ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ। ଯୁବତୀଙ୍କ ଚେତା ଫେରିବା ବେଳକୁ ସେ ଏକ ବନ୍ଦ କୋଠରୀରେ ଥିଲେ। ଏକାଧିକ ଥର ତାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ସେ ବୟାନରେ କହିଛନ୍ତି।
ଅପରପଟେ ନୂଆପଲ୍ଲୀ ପୁଲିସ କହିଛି, ଯୁବତୀଙ୍କୁ କେହି ଅପହରଣ କରିନଥିଲେ ବରଂ ସେ ପ୍ରେମ କରି ଜଣେ ଯୁବକଙ୍କ ସହ ଫେରାର୍ ହୋଇଯାଇଥିଲେ। ପରେ ଏକ ମନ୍ଦିରରେ ଦୁହେଁ ବିବାହ କରିଥିଲେ। ଘର ଲୋକେ ଝିଅକୁ ଅପହରଣ ହୋଇଥିବା ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଝିଅକୁ ଉଦ୍ଧାର କରିଥିଲା। ପରେ ଯୁବତୀ ଓ ପରିବାର ଲୋକେ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।
Follow Us