ଭୁବନେଶ୍ୱର: ଭୁବନେଶ୍ବର ସମେତ ରାଜ୍ୟର ପ୍ରମୁଖ ସହରରେ ଚାଲିଥିବା ‘ଆମ ବସ୍’ ଚଳାଚଳରୁ ଯେତିକି ଆୟ ହେଉଛି, ବ୍ୟୟ ତା’ଠାରୁ ପ୍ରାୟ ଦୁଇ ଗୁଣା ଅଧିକ ହେଉଛି। ବସ୍ ଚଳାଚଳ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କ୍ରୁଟ୍କୁ ୧,୧୧୯ କୋଟି ୪୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ବୋଲି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ‘ଆମ ବସ୍’ର ଆୟ ବ୍ୟୟ ସଂକ୍ରାନ୍ତରେ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ପ୍ରଶ୍ନରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୮-୧୯ ଆର୍ଥିକ ବର୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ‘ଆମ ବସ୍’ ଚଳାଚଳରୁ ୬୮୬ କୋଟି ୫୦ ଲକ୍ଷ ଟଙ୍କା ଆୟ ହୋଇଛି। ଏହି ସମୟ ମଧ୍ୟରେ ୧,୦୫୯ କୋଟି ୫୨ ଲକ୍ଷ ଟଙ୍କା ବ୍ୟୟ ହୋଇଛି। କୌଣସି ଗୋଟିଏ ହେଲେ ବର୍ଷରେ ‘ଆମ ବସ୍’ରୁ ବ୍ୟୟ ତୁଳନାରେ ଅଧିକ ଆୟ ହୋଇ ନଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ‘ଆମ ବସ୍’ ୩୮କୋଟି ୨୫ଲକ୍ଷ ଟଙ୍କା ଆୟ କରିଥିବାବେଳେ ବ୍ୟୟ ଥିଲା ୫୦ କୋଟି ୯୨ ଲକ୍ଷ ଟଙ୍କା। ଅନୁରୂପ ଭାବେ ୨୦୨୪-୨୫ ବର୍ଷରେ ‘ଆମ ବସ୍’ରୁ ୧୫୬ କୋଟି ୫୨ ଲକ୍ଷ ଟଙ୍କା ଆୟ ଓ ବ୍ୟୟ ପରିମାଣ ୨୬୫ କୋଟି ଟଙ୍କାରେ ପହଞ୍ଚିଛି।
Poverty: ଘରର ଆର୍ଥିକ ଅଭାବ ପୂରା କରିବାକୁ ବାହାର ରାଜ୍ୟ ଗଲେ ଦଶମ ଶ୍ରେଣୀ ଛାତ୍ର
ମେଟ୍ରୋ ରେଳ ଏବେ ବି ପରୀକ୍ଷାଧୀନ
ପୂର୍ବ ସରକାର ସମୟରେ ଭୁବନେଶ୍ବର ପାଇଁ ପରିକଳ୍ପନା କରାଯାଇଥିବା ମେଟ୍ରୋ ରେଳ ପ୍ରକଳ୍ପ ଏବେ ବି ଝୁଲି ରହିଛି। ଭୁବନେଶ୍ବର ବିମାନବନ୍ଦରରୁ କଟକ ଜିଲ୍ଲାର ତ୍ରିଶୂଳିଆ ପର୍ଯ୍ୟନ୍ତ ପ୍ରାୟ ୨୬ କିମି ଏହି ପ୍ରକଳ୍ପ ପାଇଁ ୬,୨୫୫.୯୪ କୋଟି ଟଙ୍କା ଅଟକଳ ହୋଇଥିଲା। ଯାହାକି ଏବେ ସରକାରଙ୍କ ପରୀକ୍ଷାଧୀନ ରହିଛି ବୋଲି ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ଏକ ପ୍ରଶ୍ନରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ଜାତୀୟ ମେଟ୍ରୋ ରେଳ ନୀତି ଅନୁଯାୟୀ ପ୍ରକଳ୍ପର ବାସ୍ତବିକତା, ଯାତ୍ରୀ ସଂଖ୍ୟା ଓ ବୈଷୟିକ ଦିଗଗୁଡ଼ିକର ପୁନଃଅନୁଧ୍ୟାନ ଆବଶ୍ୟକ ହେଉଥିବାରୁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ସମିତି ଗଠନ ହୋଇଛି। ଏଥିସହ ଏକ ସମଗ୍ର ଗତିଶୀଳତା ଯୋଜନା ଓ ଓଡ଼ିଶାରେ ‘ସ୍ଥାୟୀ ସହରୀ ଗତିଶୀଳତା ପରିବର୍ତ୍ତନ ଯୋଜନା’ ପ୍ରସ୍ତୁତ ହେଉଛି। ଏହି ଯୋଜନା ପ୍ରକଳ୍ପକୁ ଅଧିକ କାର୍ଯ୍ୟକ୍ଷମ ଓ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି।
୭୧୪ ବିଲ୍ଡର ସଂସ୍ଥା ବିରୁଦ୍ଧରେ ୪,୫୩୪ ମାମଲା
ବିଭିନ୍ନ କାରଣ ପାଇଁ ୭୧୪ଟି ବିଲ୍ଡର ସଂସ୍ଥା ବିରୁଦ୍ଧରେ ୪,୫୩୪ଟି ମାମଲା ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ(ଓରେରା)ରେ ରୁଜୁ ହୋଇଛି। ବିଭିନ୍ନ ଦଫାରେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୧,୦୭୮ଟି ମାମଲା ସମାଧାନ ପାଇଁ ବିଚାରାଧୀନ ରହିଛି। ବିଧାନସଭାରେ ବିଧାୟକ ମଙ୍ଗୁ ଖିଲ ପଚାରିଥିବା ଏକ ପ୍ରଶ୍ନରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମହାପାତ୍ର ଉତ୍ତର ଦେଇଛନ୍ତି ଯେ ବିଭିନ୍ନ କାରଣ ପାଇଁ ସମସ୍ୟାଗୁଡ଼ିକର ସମାଧାନ ବିଳମ୍ବିତ ହେଉଛି। ଉଭୟପକ୍ଷଙ୍କର ସହଯୋଗ ଅଭାବ, ପ୍ରଥମ ପକ୍ଷ ଦ୍ବାରା ପ୍ରଦତ୍ତ ପ୍ରତିପକ୍ଷର ଭୁଲ୍ ଠିକଣା, ପକ୍ଷମାନଙ୍କ ଓକିଲ ମୁଲତବୀ ପାଇଁ କରୁଥିବା ଦରଖାସ୍ତ, ‘ରେରା’ର ଆଦେଶ ବିରୋଧରେ ପକ୍ଷ ତରଫରୁ ଉପରିସ୍ଥ ଅଦାଲତରେ ଅପିଲ୍ ଆବେଦନ ପାଇଁ ମାମଲାଗୁଡ଼ିକର ସମାଧାନ ହୋଇପାରୁ ନାହିଁ। ରେରାକୁ ଅଧିକ ପ୍ରଭାବଶାଳୀ କରିବାକୁ ରାଜ୍ୟ ସରକାର ବିହିତ ପଦକ୍ଷେପ ନେଉଛନ୍ତି। ରେରାରେ ଖାଲିଥିବା ସମସ୍ତ ଅଧିକାରୀ ପଦବି ପୂରଣ ହୋଇଛି। ଏଥିସହ କାର୍ଯ୍ୟାଳୟର ଆନୁସଙ୍ଗୀକ ପଦବି ସ୍ଥାନରେ ଅଭିଜ୍ଞ ଓଏସ୍ଡିମାନଙ୍କୁ ନିଯୁକ୍ତି ଦିଆଯାଇଛି। ବିଲ୍ଡର ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ରେରା ଦ୍ବାରା ବିଭିନ୍ନ କର୍ମଶାଳା ହେଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
Horoscope 2026 February 25 : ଜାଣନ୍ତୁ ଆଜିର ରାଶିଫଳ
୧୨ ମାସ ହେଲା ଭଲ ନାହିଁ ଭୁବନେଶ୍ବର ବାୟୁ
୨୦୨୫ ଜାନୁଆରିରୁ ୨୦୨୬ ଜାନୁଆରି। ଗତ ୧୨ ମାସ ମଧ୍ୟରେ ଭୁବନେଶ୍ବର ସହରର ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ସ୍ଥିତି ଭଲ(୦ରୁ ୫୦) ସ୍ତରରେ ରହି ନାହିଁ। ୭ ମାସ ସନ୍ତୋଷଜନକ(୫୧ରୁ ୧୦୦) ସ୍ତରରେ ରହିଥିବା ବେଳେ ବାକି ୫ ମାସ ମଧ୍ୟମଧରଣ(୧୦୧ରୁ ୨୦୦) ଓ ଖରାପ(୨୦୧ରୁ ୩୦୦) ସ୍ତରରେ ରହିଥିଲା। ୨୦୨୫ ଜାନୁଆରି, ଫେବ୍ରୁଆରି ଓ ନଭେମ୍ବର ମାସରେ ମଧ୍ୟମଧରଣ ପ୍ରଦୂଷିତ ହୋଇଥିବା ବେଳେ ଡିସେମ୍ବର ଓ ୨୦୨୬ ଜାନୁଆରିରେ ଖରାପ ହୋଇଥିଲା। ଫେବ୍ରୁଆରି ମାସରେ ମଧ୍ୟମଧରଣ ପ୍ରଦୂଷିତ ରହିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ନିରଞ୍ଜନ ପୁଜାରୀଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି ଯେ ମାର୍ଚ୍ଚରୁ ଅକ୍ଟୋବର ମାସ ମଧ୍ୟରେ ସହରର ବାୟୁରେ ଏକ୍ୟୁଆଇ ଉତ୍ତମ ଓ ସନ୍ତୋଷଜନକ ସ୍ତରରେ ରହୁଥିବା ବେଳେ ନଭେମ୍ବରରୁ ଫେବ୍ରୁଆରି ମାସ ମଧ୍ୟରେ ଏହା ମଧ୍ୟମ ଓ ଖରାପ ସ୍ତରରେ ରହୁଛି। ୨୦୨୫ରେ ଦିଲ୍ଲୀ ଓ ଭୁବନେଶ୍ବର ସହରର ଏକ୍ୟୁଆଇର ବାର୍ଷିକ ହାରାହାରି ମାନ ଯଥାକ୍ରମେ ୨୨୩ ଓ ୮୮ ରହିଥିଲା। ସହରର ବାୟୁ ଗୁଣବତ୍ତାର ଉନ୍ନତି ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବିଏମ୍ସି ମାଧ୍ୟମରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଯେଉଁଥିରେ ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣ, ବର୍ଜ୍ୟବସ୍ତୁ ଦହନ ନିଷେଧ, ବ୍ୟାପକ ବୃକ୍ଷରୋପଣ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/25/ama-bus-2026-02-25-03-09-58.jpg)