‘ଆମ ଚଉଦୁଆର’ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ

Advertisment
‘ଆମ ଚଉଦୁଆର’ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ

ଭୁବନେଶ୍ୱର : ଚୌଦ୍ୱାର ଅଞ୍ଚଳର ଅଗ୍ରଣ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଓ୍ଵଲ୍‌ଫେୟାର୍‌ ସୋସାଇଟି’ ପକ୍ଷରୁ ପ୍ରକାଶିତ ‘ଆମ ଚଉଦୁଆର’ ପତ୍ରିକାର ବାର୍ଷିକ ବିଶେଷାଙ୍କ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ‘ସୁଧର୍ମା’ ବାସଭବନରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ବିଦ୍ୟାବିକାଶ ପରିଷଦର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ବରାଳ, ପିପୁଲ୍ସ ଓ୍ଵଲ୍‌ଫେୟାର୍‌ ସୋସାଇଟିର କାର୍ଯ୍ୟକାରୀ ସଭାପତି ମାନସ କୁମାର ସାହୁ, ଝରଣା ସାହୁ, ଜ୍ଞାନରଞ୍ଜନ ନାୟକ, ମୁରଲୀଧର ବେହେରା, ସମାଜସେବୀ ନିର୍ମଳ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଚୌଦ୍ୱାରର କୁମାରୋତ୍ସବ ଯାତ୍ରା ଅବସରରେ ଅନୁଷ୍ଠାନ ପକ୍ଷରୁ ବାର୍ଷିକ ବିଶେଷାଙ୍କ ‘ଆମ ଚଉଦୁଆର’ ପତ୍ରିକା ପ୍ରକାଶିତ ହୋଇଥାଏ। ଏହି ଅବସରରେ ‘ସମ୍ବାଦ’ ସମ୍ପାଦକ ତଥା ଆମ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପିପୁଲ୍ସ ଓ୍ଵଲ୍‌ଫେୟାର୍‌ ସୋସାଇଟି କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହ ରୂପଯାତ୍ରା ପାଇଁ ଚୌଦ୍ୱାର ଅଞ୍ଚଳବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସାମ୍ବାଦିକ ଦେବୀ ପ୍ରସନ୍ନ ଖୁଣ୍ଟିଆ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe