ବାଲିଅନ୍ତା: ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ବାଲିଅନ୍ତା ବ୍ଲକ୍କୁ ମୋଟ ୧୩୮ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ପ୍ରତି ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ହିସାବରେ ମୋଟ ୧୬ଟି ପଞ୍ଚାୟତକୁ ୪କୋଟି ଟଙ୍କାର ପ୍ରସ୍ତାବ ଗୃହୀତ ହୋଇଛି। ଆଜି ବାଲିଅନ୍ତା ତହସିଲ ପରିସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନସିଂ ମାଧ୍ୟମରେ ପ୍ରକଳ୍ପଗୁଡ଼ିକର ନାମ ଘୋଷଣା କରିଥିଲେ। ପ୍ରକଳ୍ପଗୁଡ଼ିକର ନିର୍ମାଣ କାମ ଖୁବ ଶୀଘ୍ର ଶେଷ କରିବା ନେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଅର୍ଥମନ୍ତ୍ରୀ ଶିଶିଭୂଷଣ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଜନ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଖୋର୍ଧା ବିଧାୟକ ରାଜେନ୍ଦ୍ର ସାହୁ, ପୂର୍ବତନ ବିଧାୟକ ବିଭୂତିବଳବନ୍ତ ରାୟ, ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ପିଡି, ବିଡିଓ ରଶ୍ମିରେଖା ପ୍ରଧାନ ଓ ତହସିଲଦାର ଅକ୍ଷୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ବିଜେଡି ସଭାପତି ଅଚ୍ୟୁତାନନ୍ଦ ପାତ୍ର , ସମିତି ସଭ୍ୟ ତ୍ରୈଲୋକ୍ୟ ମଙ୍ଗରାଜ ଓ ଯୁବନେତା ପ୍ରଶାନ୍ତ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଆମ ଗାଁ ଆମ ବିକାଶ: ୧୩୮ଟି ପ୍ରକଳ୍ପକୁ ୪ କୋଟି
Advertisment
Follow Us