‘ଆମ ଘର’ରେ ଶିଶୁ ଉତ୍ସବ ଅପରାଜିତା-୨୦୧୭

Advertisment
‘ଆମ ଘର’ରେ ଶିଶୁ ଉତ୍ସବ ଅପରାଜିତା-୨୦୧୭

ଖଣ୍ଡଗିରି: ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍‌ସ ଫୋରମ୍‌ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଗୃହ ‘ଆମ ଘର’ରେ ଶିଶୁ ଦିବସ ଉପଲକ୍ଷେ ‘ଅପରାଜିତା-୨୦୧୭’ ପାଳିତ ହୋଇଯାଇଛି। ଅବହେଳିତ ଶିଶୁମାନଙ୍କ ଯତ୍ନ, ସୁରକ୍ଷା ଏବଂ ଥଇଥାନ ନିମନ୍ତେ ‘ଆମ ଘର’ କାର୍ଯ୍ୟ କରି ଆସୁଛି। ଏହି ଅନୁଷ୍ଠାନରେ ଶିଶୁମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଶିଶୁ ଦିବସ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ନୃତ୍ୟ, ସଂଗୀତ, ବକ୍ତତା, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ତମାଣ୍ଡୋ ଥାନା ଅଧିକାରୀ ଅତନୁ କୁମାର ରାଉତ, ସିଡବ୍ଲୁସି ସଭ୍ୟ ବେଣୁଧର ସେନାପତି, ପିପୁଲ୍‌ସ ଫୋରମ୍‌ର ନିର୍ଦେଶକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ପୁରସ୍କୃତ କରିଥିଲେ। ଶେଷରେ ପିପୁଲ୍‌ସ ଫୋରମ୍‌ର କର୍ମକର୍ତ୍ତା ଏବଂ ଆମ ଘରର ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe