ଡିଭାଇଡର୍‌ରେ ପିଟି ହେଲା ଆମ୍ବୁଲାନ୍ସ, ଚାଳକ ସମେତ ୨ ରୋଗୀ ଆହତ

ଡିଭାଇଡର୍‌ରେ ପିଟି ହେଲା ଆମ୍ବୁଲାନ୍ସ, ଚାଳକ ସମେତ ୨ ରୋଗୀ ଆହତ

ଭୁବନେଶ୍ବର : ଶିଶୁଭବନ ଛକ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଘଟିବାରୁ ୨ ରୋଗୀଙ୍କ ସମେତ ୩ଜଣ ଆହତ ହୋଇଛନ୍ତି। ସେମାନେ ହେଲେ, ପିପିଲି ମଙ୍ଗଳପୁର ଅଞ୍ଚଳର ବବିତା ପ୍ରଧାନ, ସୁକାନ୍ତି ଦାସ ଓ ଆମ୍ବୁଲାନ୍ସ ଚାଳକ। ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲା।

ବୁଧବାର ବିଳମ୍ବିତ ରାତି ପାଖାପାଖି ସାଢ଼େ ୩ଟାରେ ଆମ୍ବୁଲାନ୍ସଟି ମଙ୍ଗଳପୁର ଅଞ୍ଚଳରୁ ବବିତା ଓ ସୁକାନ୍ତିଙ୍କୁ ଧରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆସୁଥିଲା। ଶିଶୁଭବନ ଛକ ଅତିକ୍ରମ କରୁଥିବା ବେଳେ ଚାଳକ ଭାରସାମ୍ୟ ହରାଇ ଆମ୍ବୁଲାନ୍ସକୁ ଡିଭାଇଡର୍‌ରେ ପିଟି ଦେଇଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe