ଖଣ୍ଡଗିରି : ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆମ୍ବୁଲାନ୍ସ ଡ୍ରାଇଭର ଯୋଗୀନାଥ ମାର୍ଥା(୪୨)। କେତେ ରୋଗୀଙ୍କୁ ହସ୍ପିଟାଲକୁ ବୋହି ବଞ୍ଚାଇଥିଲେ। ମାତ୍ର ଶେଷରେ ସଡ଼କ ଦୁର୍ଘଟଣା ହିଁ ତାଙ୍କ ପ୍ରାଣ ନେଲା। ଶୁକ୍ରବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ବଜାରରେ ଏକ ଟ୍ରକ୍ ଧକ୍କାରେ ତାଙ୍କ ମୃତ୍ୟୁ ଘଟିଛି। ଯୋଗୀନାଥ ଖୋର୍ଧା ହସ୍ପିଟାଲ ଡିଉଟି ସାରି ଆକ୍ଟିଭା(ଓଡି୦୨ଏଲ୍- ୯୫୮୦) ଯୋଗେ ଭୁବନେଶ୍ୱର ଫେରୁଥିଲେ। ସେ ଯାଁଳା ବଜାର ସିନେମା ହଲ୍ ଛକରେ ପହଞ୍ଚିଥିବାବେଳେ ସମ ଦିଗରେ ଯାଉଥିବା ଏକ ଟ୍ରକ(ଏପି୩୭ଇଡି-୮୬୦୯) ତାଙ୍କୁ ପଛରୁ ପିଟିଥିଲା। ଫଳରେ ସେ ଗାଡ଼ିରୁ ଛିଟିକି ପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ସଂଜ୍ଞାହୀନ ଅବସ୍ଥାରେ ଯାଁଳା ଫାଣ୍ଡି ପୁଲିସ ଉଦ୍ଧାର କରି ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ମାତ୍ର ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଯୋଗୀନାଥଙ୍କ ଘର ଖୋର୍ଧା ଜଙ୍କିଆ ଜାମୁସାହିରେ ଓ ସେ ପରିବାର ସହ ଭୁବନେଶ୍ୱରରେ ରହୁଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us