ଅମିତ ଶାହଙ୍କ ଓଡ଼ିଶା ଗସ୍ତ: ବିମାନବନ୍ଦରରୁ ମନ୍ଦିର ଯାଏ ଗୋଷ୍ଠୀ କନ୍ଦଳ

Advertisment
ଅମିତ ଶାହଙ୍କ ଓଡ଼ିଶା ଗସ୍ତ: ବିମାନବନ୍ଦରରୁ ମନ୍ଦିର ଯାଏ ଗୋଷ୍ଠୀ କନ୍ଦଳ

Lagatar English

ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଏହି ଓଡ଼ିଶା ଗସ୍ତ ବିଜେପିର ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଥିଲା। ବିମାନ ବନ୍ଦରରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ସବୁଠି ଦୁଇ ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଏମିତିକି ଦୁଇ ଗୋଷ୍ଠୀ ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ମନ୍ତ୍ରୀ ଶ୍ରୀ ଶାହଙ୍କୁ ମନ୍ଦିର ଭିତରକୁ ପାଛୋଟି ନେବାକୁ ଧାଡ଼ିରେ ଛିଡ଼ା ହୋଇଥିବା ଭୁବନେଶ୍ବର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ କିଛି କର୍ମୀଙ୍କୁ ପ୍ରତିପକ୍ଷର କିଛି କର୍ମୀ ଧାଡ଼ିରୁ ଠେଲି ବାହାର କରିଦେବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ତେବେ ପୁଲିସ ଅଧିକାରୀମାନେ କେବଳ ତାଲିକାନୁସାରେ କର୍ମୀମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ସେହିପରି ମନ୍ତ୍ରୀ ଶ୍ରୀ ଶାହ ମନ୍ଦିରରୁ ଫେରିବା ବେଳେ ଫଟୋ ଉଠାଇବାକୁ ନେଇ ଠେଲାପେଲା ହୋଇଥିଲା। ସାଂସଦଙ୍କ ଖାସ୍ ସମର୍ଥକ ଧ‌ନେଶ୍ବରଙ୍କୁ ବିଜେପିର ଯୁବ ନେତା ଠାକୁର ରଞ୍ଜିତ ଦାସ ସେଠାରୁ ଠେଲି ବାହାର କରିଦେଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସେହିଭଳି ଗତକାଲି ରାତିରେ ବିମାନବନ୍ଦରରେ ମଧ୍ୟ ଏମିତି ଘଟିଥିଲା। ବିଜେପି ନେତାମାନଙ୍କ ଭିତରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଦେଖିବାକୁ ମିଳିନଥିଲା। ସେ ନିଜର ସମର୍ଥକଙ୍କ ସହ ଅଲଗା ଥିଲେ ଓ ମହିଳା କର୍ମୀମାନଙ୍କ ସହ ନୃତ୍ୟ କରିଥିଲେ। ଶାହଙ୍କ ସ୍ୱାଗତ ପାଇଁ ସେ କରିଥିବା ସ୍ୱତନ୍ତ୍ର ପୋଷ୍ଟର, ପ୍ଲାକାର୍ଡରେ କେବଳ ଶାହ ଓ ତାଙ୍କ ଫଟୋ ରହିଥିଲା। ସେଥିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କି ସଭାପତି ସମୀର ମହାନ୍ତିଙ୍କ ଫଟୋ ନଥିଲା। ଦଳୀୟ ପୋଷ୍ଟର ସମ୍ମୁଖରେ ଅପରାଜିତାଙ୍କ ସମର୍ଥକମାନେ ଏହି ସବୁ ପୋଷ୍ଟରକୁ ରଖି ଦେଇଥିଲେ। ତେଣୁ ଦୁଇ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe